ତମିଆଁ ସରସ୍ଵତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳନ

ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ସରସ୍ଵତୀ ଶିଶୁ ମନ୍ଦିର ତମିଆଁରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲରମ୍ଭା ସେକ୍ସନର ଫରେଷ୍ଟର ଭାଗବତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମହୋତ୍ସବକୁ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ଭାବରେ ଉମାବତି ଭୁଏ, ହେମସାଗର ସିଂ, ସୁନ୍ଦର୍ ରାମ ସାଇ, ଗୋପାଳ କ୍ରିଷ୍ଣ ଗଡତିଆ, ଉତ୍ତର ସିଂ, ବାବୁଲୁ ପଟେଲ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ସାହୁ, ସୁରଥ ମଲ୍ଲିକ, ଆଶିଷ କୁମାର ସାହୁ, ଗଦନ ଭୋଇ,ସୁରେଶ ଭୋଇ, ମିନସୀ ପୁରୋହିତ, ଅନୁପମା ଗହିର, ରିତାଞ୍ଜଳି ରଥ ପୂର୍ବ ଆଚାର୍ଯ୍ୟ ଆଲୋକ କୁମାର ପଣ୍ଡା, ବିଦ୍ୟାଳୟର ସମ୍ପାଦକ ନବରତ୍ନ ସାହୁ, ବିଦ୍ୟାଳୟ କମିଟି ସଦସ୍ୟ ଶୁଭ୍ରାଂଶୁ ଜେନା, ସଦସ୍ୟା ପବିତା ରଣା ବଳ୍ଳବି ବରିହା ପ୍ରମୁଖ ଉପସ୍ଥିତ ରହି ଅନେକ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଜାମୁକୋଳି, ନିମ୍ବ, ହରିଡା ବାହାଡା, ରଧଚୁଡା, କରଞ୍ଜ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.