csstore

ଆମ୍ବପାଲି ହାଇସ୍କୁଲରେ ବନ ମହୋତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଧାନ ଶିକ୍ଷକ ବିଜୟ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ ମହୋତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ କ୍ଷୀର ଭରା ସାଗର, ସମ୍ମାନିତଅତିଥି ପ୍ରକୃତି ବନ୍ଧୁ ସୁରେନ୍ଦ୍ର ଭୋଇ, କୈଳାସ ମହାନନ୍ଦ, ସିଆରସିସି ହିମାଂଶୁ ବେହେରା, ନରେନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ସହକାରୀ ଶିକ୍ଷକ ସୁଶୀଲ ଭୋଇ, ଛନ୍ଦା ଚରଣ ସୁନା, ରାଜ କିଶୋର କୁଅଁର, କ୍ଷେତ୍ର ମେହେର, ଖେଳ ଶିକ୍ଷକ ରାଜ ବିହାରୀ ବନଛୋର, ପର୍ଶୁରାମ ପୁଟେଲ, ବୈଚନ୍ଦ୍ର ମହାନନ୍ଦ, ଗନ୍ଧର୍ବ ଗହୀର, ଦେବରାଜ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.