
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ଏବଂ ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ବନ ମହୋତ୍ସବ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟର ଛାତ୍ରୀ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କ ଦ୍ଵାରା ସଚେତନତା “ରାଲି” କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପ -ଜିଲ୍ଲାପାଳ ହେମସାଗର ଭୋଇ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ପାଇକମାଲ ଅତିରିକ୍ତ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ନୃସିଂହନାଥ ବନଖଣ୍ଡ ଅଧିକାରୀ ଶାନ୍ତନୁ ପ୍ରଧାନ, ଆଇନଜୀବୀ ରାଜ କିଶୋର ସାହୁ, ସାଂସଦ ପ୍ରତିନିଧି ସରୋଜ ସାମଲ, ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ପ୍ରକୃତି ବନ୍ଧୁ ବଡ଼ ଶତପଥି, ବିଭୂତି ମୁଣ୍ଡ, ଧୀରେନ୍ଦ୍ର ମହାନ୍ତି, ସୁରେଶ ଅଗ୍ରୱାଲ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟା, ରାହାସ ବିହାରୀ ସାହୁ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ସଭାପତିତ୍ୱ କରିଥିଲେ । ଉପ ଜିଲ୍ଲାପାଳ ଶ୍ରୀ ଭୋଇ ବୃକ୍ଷରୋପଣ ସହିତ ମା’ଙ୍କ ନାମରେ ଗୋଟିଏ ଲେଖଁକ୍ଷଏ ଗଛ ଘରେ ଲଗାଇବା ପାଇଁ ଚାରା ବଣ୍ଟନ କରିଥିଲେ । ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶିକ୍ଷାବିଦ ନନ୍ଦଳାଲ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।