csstore

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ଜିଲ୍ଲା ଭୁଲିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା କାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଓ ମମିତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା ଭୁଲିଆ ସମାଜ ପକ୍ଷରୁ ୩ ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଥିଲା ।ଗତ ୮.୧୦.୨୦୨୧ ଦିନ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଜଘନ୍ୟ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ସନସାଇନ ପବ୍ଲିକ ସ୍କୁଲ ସଭାପତି ଗୋବିନ୍ଦ ସାହୁ ଓ ସଂପୃକ୍ତ ସହଯୋଗୀ ଅପରାଧୀ ମାନଙ୍କୁ ଏସ୍.ଆଇ.ଟି ଦ୍ଵାରା ତଦନ୍ତ ପରିସର ଭୁକ୍ତ କରାଯାଇ ଦୋଷୀ ମାନଙ୍କୁ ଖୋଜି ବାହାର କରି କଠୋରରୁ କଠୋର ତମ ଦଣ୍ଡ ପ୍ରଦାନ କରିବା, ମମିତା ମେହେର ପରିବାର ଜଣେ ରୋଜଗାରକ୍ଷମ ଥିବାରୁ ତାଙ୍କ ପରିବାର ଲୋକଙ୍କୁ ୨ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା, ମମିତା ମେହେରଙ୍କ ନିଜ ଭାଇ ବଣ୍ଟି ମେହେରଙ୍କୁ ସରକାରୀ ଚାକିରୀ ଯୋଗାଇ ଦେବାକୁ ଆଦି ଦାବୀପତ୍ରରେ ଉଲ୍ଲେଖ ରହିଛି । ପାଟଣାଗଡ ଭୁଲିଆ ସମାଜ ସଂପାଦକ ଗୁଲାପ ରାମ ମେହେର, ବୃନ୍ଦାବନ ମେହେର, ସୁନିଲ ମେହେର, ଅନିଲ ମେହେର, ବସନ୍ତ ମେହେର, ଶଙ୍କର ମେହେରଙ୍କ ସମେତ ବହୁ ଭୁଲିଆ ସମାଜର କର୍ମକର୍ତ୍ତା ଯୋଗଦେଇ ଥିଲେ ।

jayashree
Leave A Reply

Your email address will not be published.