ବାଲେଶ୍ଵର ବିପନ୍ନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ରିଲିଫ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମୁଦ୍ରିକବାତ୍ୟା ‘ୟସ ‘ର ବ୍ୟାପକ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପରିମାଣର ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ବାତ୍ୟାପ୍ରପୀଡ଼ିତ ଲୋକଙ୍କ ନିମନ୍ତେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ରାସନ ଅବା ଶୁଖିଲା ଖାଦ୍ୟଦ୍ରବ୍ୟ / ମିନାରଲ ପାଣି ବୋତଲ, ମହଜୁଦ ପରିମାଣରେ ବାଲେଶ୍ଵର ଅଞ୍ଚଳକୁ ୧୦ ଟି ଟ୍ରକ ଯାନରେ ଜିନିଷ ଲଦି ଆଜି ସନ୍ଧ୍ୟାରେ ପଠାଯାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରର ଡିଆରଡିଏ ପରିସରରେ ଏହି ରିଲିଫ ସାମଗ୍ରୀ ପୂର୍ଣ୍ଣ ଯାନବାହନକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଡିଆରଡିଏ-ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ. ସିଦ୍ଧେଶ୍ଵର ବଳିରାମ ବନ୍ଦୋର, ବ୍ରହ୍ମପୁର ଉପଜିଲ୍ଲାପାଳ ୱ. କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ବହୁ ଉଚ୍ଚପଦାଧିକାରୀ ଯାତ୍ରା ଶୁଭାରମ୍ଭ ବେଳେ ଉପସ୍ଥିତ ଥିଲେ । ରିଲିଫ ସାମଗ୍ରୀ ସହ ଜିଲ୍ଲାପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀ / ଅଫିସରମାନେ ମଧ୍ୟ ରିଲିଫ ବଣ୍ଟନରେ ସହଯୋଗ କରିବା ନିମନ୍ତେ ଯାଇଛନ୍ତି ।

Leave A Reply

Your email address will not be published.

four × three =