pakka

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବଲାଙ୍ଗିର ଏଲ୍‌ଏନ୍‌ଏସ୍‌ କ୍ଲବ ପାଇଁ ୨ କୋଟି ୨୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଲିଟେରାରୀ ଆଣ୍ଡ ସୋସିଆଲ କ୍ଲବରେ ଥିବା ଜର୍ଜ ଲାଇବ୍ରେରୀର ପୁନଃରୁଦ୍ଧାର ଏବଂ ସଂରକ୍ଷଣ ସକାଶେ ୨ କୋଟି ୨୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏହି ଅନୁଦାନରେ ଲାଇବ୍ରେରୀର ଐତିହ୍ୟ ସଂରକ୍ଷଣ, ସେଠାରେ ଥିବା କାଠ ସମାଗ୍ରୀ ଏବଂ ପୁସ୍ତକର ସଂରକ୍ଷଣ, ମ୍ୟୁଜିୟମ୍‌ର ସ୍ଥାପନ ଏବଂ ସୌନ୍ଦର୍ଯ୍ୟକରଣ, ଶୌଚାଳୟ, ଡ୍ରେନେଜ ଏବଂ ପାଚେରୀ ଆଦିର ବ୍ୟବସ୍ଥା କରାଯିବ । ତେବେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟ ‘ଇନ୍‌ଟାକ’ର ତତ୍ୱାବଧାନରେ କରାଯିବ ବୋଲି ବିଭାଗୀୟ ଚିଠି ନଂ ୪୨୭/ଟିଏସ୍‌ଏମ୍‌/୧୦/୧/୨୦୨୨ କ୍ରମେ ଜିଲ୍ଲାପାଳ ଶ୍ରୀ ରାଣାଙ୍କୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

5 × 5 =