pakka

ବଲାଙ୍ଗିରରେ ଯୁବ ସମାଜର ପ୍ରିୟ ନେତା ବୈଜୟନ୍ତ ପଣ୍ଡାଙ୍କ ଜନ୍ମ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ହାଟପଦାପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସସ୍ମିତା ବେହେରା ଓ ଅନିତା ମିଶ୍ରଙ୍କ ନେତୃତ୍ୱରେ ଯୁବ ସମାଜର ପ୍ରିୟ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମ ଦିବସ ତାଙ୍କ ଶୁଭ ଚିନ୍ତକ ମାନଙ୍କ ତରଫରୁ ପାଳନ କରାଯାଇଛି । ଜନ୍ମ ଦିବସରେ ଦୀପ ଜାଳି ଶ୍ରୀ ପଣ୍ଡାଙ୍କ ଦୀର୍ଘାୟୁ କାମନା କରାଯାଇଥିବା ବେଳେ ତାଙ୍କ ସୁସ୍ଥ ଓ ନୀରାମୟ ଜୀବନ ପାଇଁ କାମନା କରାଯାଇଥିଲା । ସେହିପରି ବଲାଙ୍ଗିର ଜ଼ିଲ୍ଲାର ଲୋଇସିଂଘାର ବ୍ଲକ ଅନ୍ତର୍ଗତ ସରଗାଡ଼ ଗ୍ରାମରରେ ମଧ୍ୟ ସମାଜସେବୀ ଜିତୁ ସାହୁଙ୍କ ନେତୃତ୍ଵରେ ସରଗାଡ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ପଣ୍ଡାଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ଏଥିରେ ସହରର ବହୁ ଯୁବକ ଯୁବତୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × two =