oom

ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଭର୍ଚୁଆଲ ମିଟିଂ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ, ଦେବଦତ୍ତ ମେହେର ଏବଂ ସଂଯୋଜନା କରିଥିଲେ ବନମାଳୀ ସାହୁ । ସଭାରେ ପ୍ରମୋସନ, ଶିକ୍ଷକ ବଦଳି ଆଉ ଶିକ୍ଷକ ମାନଙ୍କର ଛାତ୍ର ଓ ଅଭିଭାବକ ସହ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା । ବେଆଇନ ଭାବରେ ଅପରିଚିତ ଲୋକ ଦ୍ୱାରା ସ୍କୁଲରେ ହୋଡିଂ ଲଗାଇ ୫୦୦ ଟଙ୍କାର ଜିନିଷକୁ ୧୪୦୦ଟଙ୍କା ମାଗିବା, ତଥା ବେଆଇନ ଭାବେ ୧୦୦୦ ଟଙ୍କାର ବିଜ୍ଞାନ କୀଟକୁ ୨୩୦୦ ମାଗିବା ଉପରେ ଶିକ୍ଷକ ପ୍ରତିନିଧିମାନେ ପ୍ରତିବାଦ କରିଥିବା ବେଳେ ମଧ୍ୟାହ୍ନ ଭୋଜନ ଚାଉଳରେ ୫ କିଲୋ କମ ଓଜନ ତଥା ଶୌଚଳୟର ନିର୍ମାଣ ଦୁର୍ନୀତିରେ ପ୍ରକଳ୍ପର ଅବହେଳା ଶିକ୍ଷକ ସମାଜକୁ ଅସ୍ଥିର କରିଛି । ଉପସ୍ଥିତ ସମସ୍ତ ବ୍ଲକର ଶିକ୍ଷକ ପ୍ରତିନିଧିଙ୍କ ମତାମତ ପରେ ଜିଲ୍ଲାରେ ଅନ୍ୟ ରାଜ୍ୟରୁ ଅଣାଯାଇଥିବା ବିଇଡି ସାର୍ଟିଫିକେଟ ସବୁର ସତ୍ୟତା ପ୍ରଦର୍ଶନ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବାକୁ ମଧ୍ୟ ଶେଷ ପ୍ରସ୍ତାବ ଆସିଛି । ରାଜ୍ୟ ଫେଡେରାସନର ସଭାପତି ତ୍ରିଲୋଚନ ନାୟକ, ନାରୀ ନେତ୍ରୀ ଅନିତା ମେହେର ପ୍ରମୁଖ ସଭାରେ ଯୋଗଦାନ କରିଥିଲେ । ସଭା ଶେଷରେ ଅଖିଳ ଭାରତୀୟ ଶିକ୍ଷକ ସଂଗଠନର ସେକ୍ରେଟାରୀ ଜେନେରାଲ ସମୀକ୍ଷା କରିଥିଲେ । ସଭାରେ ଯୋଗଦାନ କରିଥିବା ସଦସ୍ୟ ମାନେ ହେଲେ, ସମ୍ପାଦକ ହରେକୃଷ୍ଣ ରଥ, ରାଜ୍ୟ ଉପେ ସଭାପତି ଶାନ୍ତିଲତା ସାହୁ, ପୂର୍ବତନ ସଭାପତି ଇନ୍ଦୁ ଭୂଷଣ ଡ।ଙ୍ଗ, କୋଷଧକ୍ଷ୍ୟ ଉପେନ୍ଦ୍ର ମେହେର, ରାଜ୍ୟ ସଂଘରୁ।ଅନିତା ମେହେର ତଥା ଜିଲ୍ଲାର ସମସ୍ତ ବ୍ଲକରୁ ତପନ ଦାଶ ,ବିଶ୍ୱ ମିଶ୍ର, ଦୁର୍ଯ୍ୟୋଧନ ପସାୟତ, ସବିତା ମୋହରା, କୁମୁଦିନି ମେହେର, ଅନୁପମା ପ୍ରହରାଜ ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.