csstore

ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତାହତଙ୍କ ଅମର ଅତ୍ମାର ସଦ୍‌ଗତି ନିମନ୍ତେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମୂହ ଦୀପଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ବାହାନଗା ଠାରେ ଗତ ୨ ତାରିଖ ଦିନ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତାହତଙ୍କ ଅମର ଅତ୍ମାର ସଦ୍‌ଗତି ନିମନ୍ତେ ବଲାଙ୍ଗିର ସହରର ଟିକ୍ରାପଡା ସ୍ଥିତ ଜଳେଶ୍ୱର ବାବା ମନ୍ଦିରରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମୂହ ଦୀପଦାନ କରାଯାଇଛି । ଏଥିରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଂଡାଙ୍କ ସହ ରଂଜିତା ଗୁରୁ, ଆରତୀ ଗୁରୁ, ବନଶ୍ରୀ ଆଚାର୍ୟ୍ୟ, ସଂଜୁ ନାଏକ, ଫିରୋଜା ବିବି, ଅନୁଛାୟା ବାବୁ, ସରିତା ଯୋଷୀ, ସୌଦାମିନୀ ମିଶ୍ର, ଅନିତା ମିଶ୍ର, ବାସନ୍ତି ଜେନା, ମମତା ପଂଡା ପ୍ରମୁଖ ନାରୀ ନେତ୍ରୀମାନେ ଉପସ୍ଥିତ ଥିବା ବେଳେ ଧର୍‌ମେନ୍ଦ୍ର ଅଗ୍ରୱାଲ, ଓମ ମିଶ୍ର ଓ ଆଲୋକ ଆଚାର୍ୟ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.