ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ କଅଁଳଖୁଣ୍ଟା ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି । ସେ ହେଲେ ବିବେକ କୁମାର ଖୁଣ୍ଟିଆ(୪୭) । ସୂଚନା ଅନୁସାରେ ବିବେକ ମଙ୍ଗଳବାର ପୂର୍ବାହ୍ନରେ ଧାନଜମିରେ ଘାଇ ବାନ୍ଧିବାକୁ ଯାଇଥିବା ବେଳେ ବଜ୍ରପାତରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖଇରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.

3 + 15 =