ବ୍ରାଉନସୁଗାର ଜବତ : ୩ ଗିରଫ

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ. ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୦ ହଜାର ଟଙ୍କାର ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି । ଏନେଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।

ସେ କହଛନ୍ତି, ଦୁର୍ଗାଷ୍ଟମୀରେ ବୈଶିଙ୍ଗା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ତଥା ଆନ୍ତଃଜିଲ୍ଲା ଅପରାଧୀଙ୍କ ପ୍ରବେଶକୁ ରୋକିବା ନିମିତ୍ତ ଏସ୍‌ଆଇ୍‌ ଅନିତା ସ୍ୱାଇଁଙ୍କ ଅଧୀନରେ ଏକ ପୋଲିସ ଟିମ୍‌ ୧୮ନଂ. ଜାତୀୟ ରାଜପଥ ବାଲେଶ୍ୱର-ମୟୂରଭଞ୍ଜ ସୀମା କଳମା ଛକରେ ସୋମବାର ଗାଡ଼ିମୋଟର ଚେକିଂ କରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଗୋବିନ୍ଦରାୟପୁର ପଟରୁ ବାହାରି ଏକ ଓଡି-ଓୱନ୍‌ଏକ୍ସ-୮୪୫୬ ନମ୍ବର ବିଶିଷ୍ଟ ୟାମାହା ଏଫ୍‌ଜେଡ୍‌ ବାଇକ ଯୋଗେ ବାରିପଦା ପଟକୁ ଯାଉଥିବା ବେଳେ ହଠାତ୍‌ ପୋଲିସକୁ ଦେଖି ଗାଡ଼ି ବୁଲେଇ ଦୃତଗତିରେ ପଛକୁ ଫେରି ବାଲେଶ୍ୱର ପଟକୁ ପଳାଇଯିବାକୁ ଚେଷ୍ଟା କରିଥିଲେ । ପୋଲିସର ସନ୍ଦେହ ଘନୀଭୂତ ହେବାରୁ ସେମାନେ ଉକ୍ତ ବାଇକର ପିଛା କରି ତିନି ଯୁବକଙ୍କୁ କାବୁ କରିଥିଲେ । ପରେ ତାଙ୍କୁ ଧମକଚମକ ଦେଇ ପଚାରିବାରୁ ସେମାନେ ବ୍ରାଉନସୁଗାର ବେପାର କରନ୍ତି ବୋଲି ଜଣାପଡ଼ିଥିଲା ଓ ଘଟଣାସ୍ଥଳରୁ ତାଙ୍କ ନିକଟରୁ ସିଗାରେଟ ଖୋଳରେ ପ୍ୟାକିଂ ହୋଇଥିବା ବ୍ରାଉନସୁଗାର ମିଳିଥିଲା । ସେମାନଙ୍କ କହିବା ଅନୁଯାୟୀ ସେମାନେ ଉକ୍ତ ପ୍ୟାକେଟକୁ ବାରିପଦା ବସ୍‌ଷ୍ଟାଣ୍ଡରୁ ବସ୍‌ ଯୋଗେ କଟକ ପଠାଇଥାନ୍ତେ । ଅଭିଯୁକ୍ତ ଯୁବକମାନେ ହେଲେ ବୈଶିଙ୍ଗା ଥାନା ଗୋବିନ୍ଦରାୟପୁର ଗ୍ରାମର ସେକ୍‌ ଉସ୍‌ମାନ ଗାନିଙ୍କ ପୁଅ ସେକ୍‌ ଅବ୍‌ଦୁଲ(୨୮), ତାଳପଦା ଗ୍ରାମର ମଲ୍ଲିକ ମୁଜାଫରଙ୍କ ପୁଅ ମଲ୍ଲିକ ଜାଫର(୨୨) ଓ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳର ସେକ୍‌ ଅର୍ସଦଙ୍କ ପୁଅ ସେକ୍‌ ନିଆଜ(୨୫) ।

Leave A Reply

Your email address will not be published.

ten + six =