csstore

ବଜ୍ରପାତରେ ନାବାଳକ ମୃତ, ୩ ଆହତ

କଳାହାଣ୍ଡି, (ପି.କେ ସାହୁ) : କାଳ ବୈଶାଖୀ ପ୍ରଭାବରେ ଝଡତୋଫାନ ସହିତ ବଜ୍ରପାତ ଘଟିବାରୁ ଲାଞ୍ଜିଗଡ ଥାନା ଅଧିନସ୍ଥ ଗୋପୀନାଥପୁର ଗାଁର ଜଣେ ନାବାଳକଙ୍କ ଜୀବନ ହାନି ହୋଇଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି। ମୃତ ବାଳକ ଜଣକ ହେଉଛନ୍ତି ଗୋପୀନାଥପୁର ଗାଁର ଜଳନ୍ଧର ମାଝୀଙ୍କ ପୁଅ ଛାୟାକାନ୍ତ ମାଝୀ ଓରଫ ସଚିନ (୧୪) । ସେହିପରି କନ୍ୟା ବିଦା କରିବାକୁ ଯୋଡାବନ୍ଧକୁ ଆସିଥିବା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ପାଲସିଝରନ ଗାଁର ତିନିଜଣ ବ୍ୟକ୍ତି ଏଥିରେ ଆହତ ହୋଇପଡିଥିବା ଜଣାପଡିଛି ।

ପ୍ରାପ୍ତ ସୂଚନା ଆଧାରରେ, ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ଗୋପୀନାଥପୁର ଗାଁର ଜଳନ୍ଧର ମାଝୀଙ୍କ ପୁଅ ଛାୟାକାନ୍ତ ମାଝୀ ଗୁରୁବାର ଅପରାହ୍ନ ସାଢ଼େ ୨ଟା ସମୟରେ ନିକଟସ୍ଥ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ଗୁରୁତର ଆହତ ହୋଇଥିଲେ । ତାଙ୍କ ସହ ଅନ୍ୟ ୩ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ । ପରିବାର ଲୋକେ ପ୍ରଥମେ ଛାୟାକାନ୍ତଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପରେ ଲାଞ୍ଜିଗଡ଼ ମେଡ଼ିକାଲକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଲାଞ୍ଜିଗଡ଼ ପୁଲିସ ଶବ ଉଦ୍ଧାର କରି ଥିବାବେଳେ ରାତି ହେବାରୁ ସକାଳେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି । ସେହିପରି ଯୋଡାବନ୍ଧକୁ କନ୍ୟା ଛାଡି ଆସିଥିବା ତିନିଜଣ ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସାମାନ୍ୟ ଆହତ ଯୋଗୁଁ ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ନିଜ ଘରକୁ ଯାଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.