csstore

ରାଜ୍ୟସ୍ତରୀୟ କ୍ରୀଡ଼ାରେ ପୁରୀ ଜିଲ୍ଲାର ଲଗାତାର ତୃତୀୟ ବାଜିମାତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : କେନ୍ଦୁଝର ଡିଏନ ଉଚ୍ଚ ବିଦ୍ୟାଳୟରେ ୬ ତାରିଖରୁ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ ବାଳକ ବାଳିକା ୬୯ତମ ବିଦ୍ୟାଳୟ ସମୁହ ଖୋ ଖୋ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ବାଳକ ଓ ବାଳିକା କ୍ରୀଡାବିତ୍ ସୀତାକାନ୍ତ ରାଉତରାୟ ଓ ଲିପିକା ଭୋଇଙ୍କ ପ୍ରଶିକ୍ଷଣରେ ଅଂଶଗ୍ରହଣ ଥିଲେ । ବାଳକ ଦଳ ଓ ବାଳିକା ଦଳ ପ୍ରାରମ୍ଭରୁ ଦମଦାର କ୍ରୀଡ଼ା ପ୍ରଦର୍ଶନ କରି ବିଜୟ ଧାରାକୁ କ୍ରମାଗତ ଭାବେ ବଜାୟ ରଖି ବାଳକ ଦଳ ସେମିଫାଇନାଲରେ ସୁନ୍ଦରଗଡ଼କୁ ଏକତରଫା ପରାସ୍ତ କରି ଫାଇନାଲରେ ଜଗତସିଂପୁର ସହ ସାକ୍ଷାତ କରି ୫ ପଏଣ୍ଟରେ ପରାସ୍ତ କ୍ରମାଗତ ଭାବେ ତୃତୀୟ ବର୍ଷ ବିଜେତାର ହକଦାର ହୋଇଛନ୍ତି । ସେହିପରି ବାଳିକା ଦଳ ସେମିଫାଇନାଲରେ ବାଲେଶ୍ଵର ଠାରୁ ୩ ପଏଣ୍ଟରେ ପରାସ୍ତ ହୋଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ସହ ଶିକ୍ଷା ଅଧିକାରୀ ଦ୍ଵିତିକାନ୍ତ ପ୍ରଧାନ, ଶାରିରୀକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଶୁଭେଛା ଜଣାଇବା ସହ ସେମାନଙ୍କ ଭବିଷ୍ୟତ ଉଜ୍ୱଳମୟ କାମନା କରିଛନ୍ତି । ସେହିପରି ଆଜି ୮ ତାରିଖରୁ ୧୪ ବର୍ଷରୁ କମ ବାଳକ ବାଳିକା ଦଳ ସଂଗ୍ରାମ ମହାନ୍ତି ଓ ଚିନ୍ମୟୀ ଚିରଞ୍ଜିବୀ ମହାନ୍ତିଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଛନ୍ତି ଓ ବିଜୟ ସଫଳତାକୁ ବଜାୟ ରଖିବେ ବୋଲି ମତପ୍ରକାଶ କରିଛନ୍ତି । ବୈଷୟିକ ଅଧିକାରୀ ସୂର୍ଯ୍ୟନାରାୟଣ ଜେନା, ବିଭୂତି ଭୂଷଣ ରାଉତ, ବୀରବର ଭଟ୍ଟ ଓ ଅଧିର ବରାଳ ଯୋଗଦେଇ କ୍ରୀଡ଼ା ପରିଚାଳନାରେ ସହଯୋଗ କରୁଛନ୍ତି ।

jayashree
Leave A Reply

Your email address will not be published.