pakka

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବଲାଙ୍ଗିର ଶାଖାର ସଭାପତି ଭବାନୀ ଶଙ୍କର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଏମ୍‌ଆଇ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଗୋପାଲଜି ପାଣିଗ୍ରାହୀ ଯୋଗ ଦେଇ ଫାଉଣ୍ଡେସନ ବିଷୟରେ ସମ୍ୟକ ଧାରଣା ଦେବା ସହ ଆସନ୍ତା ୩ ନଭେମ୍ବରରେ ହେବାକୁ ଥିବା ଦେଶ ବ୍ୟାପି ପ୍ରତିଜ୍ଞା ଦିବସ ବିଷୟରେ ବିସ୍ତାର ଭାବରେ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୭ ବର୍ଷ ଧରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ, ଦେଶରେ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ନିରବଛିନ୍ନ ଭାବରେ ଉଦ୍ୟମ ଜାରୀ ରଖିଛି । ଦେଶର ବର୍ଦ୍ଧିତ ଜନସଂଖ୍ୟା କେବଳ ଦେଶର ମୌଳିକ ସମସ୍ୟା ନୁହେଁ, ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସରକାରଙ୍କ ଦ୍ଵାରା ସାରା ଦେଶରେ ଲାଗୁ କରାଯାଉଥିବା ଜନହିତକର ଯୋଜନାମାନଙ୍କ ଲାଭ ଦେଶବାସୀ ପାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଫାଉଣ୍ଡେସନ ଦେଶରେ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଦାବୀ କରୁଛି । ଦୁଇରୁ ଅଧିକ ସନ୍ତାନ ଥିବା ଦମ୍ପତ୍ତିଙ୍କୁ ସବୁ ସରକାରୀ ଯୋଜନାରୁ ବାହାର କରିବା ସହ ତାଙ୍କର ଭୋଟଦାନ ଅଧିକାରକୁ ମଧ୍ୟ ବ୍ୟାଜପ୍ତି କରିବାକୁ ଫାଉଣ୍ଡେସନ ଦାବୀ କରୁଛି । ଆଜିର ସଭାରେ ଏହା ନିଷ୍ପତ୍ତି ନିଆଗଲା ଯେ ଆସନ୍ତା ୩ ନଭେମ୍ବର ବଲାଙ୍ଗିର ସଦର ମହକୁମାରେ ଫାଉଣ୍ଡେସନର ଜିଲ୍ଲା ସଭାପତି ଭବାନୀ ଶଙ୍କର ଶତପଥୀଙ୍କ ନେତୃତ୍ୱରେ ପ୍ରତିଜ୍ଞା ଦିବସ ଅନୁଷ୍ଠିତ ହେବ । ଏତତ୍ ବ୍ୟତୀତ ବଲାଙ୍ଗିର ଜିଲ୍ଲାର ଚୁଡାପାଲି ବ୍ଲକରେ ନରେଶ ଅଗ୍ରୱାଲଙ୍କ ନେତୃତ୍ୱରେ, ଦେଓଗାଁ ବ୍ଲକରେ କର୍ତାର ସିଂଙ୍କ ନେତୃତ୍ୱରେ, ଲୋଇସିଙ୍ଗା ବ୍ଲକରେ ଶଙ୍କର ଅଗ୍ରୱାଲଙ୍କ ନେତୃତ୍ୱରେ ଏବଂ ଆଗଲପୁର ବ୍ଲକରେ ଚୁଡାମଣି ବାରିକଙ୍କ ନେତୃତ୍ୱରେ ପ୍ରତିଜ୍ଞା ଦିବସର ଆୟୋଜନ କରାଯିବ । ଆଜିର ସଭାକୁ ମୁନା ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ସଭାରେ ଶ୍ରୀମତୀ ସାଗରିକା ଗୁରୁ, ଶ୍ରୀମତୀ ପ୍ରମିଲାମୟୀ ମିଶ୍ର, ଅନୁରାଗି ନାହାକ, ଗିରିଶ କୁମାର ସିଂଦେଓ, ସମୀର ମେହେର, ଇନ୍ଦ୍ର ବରାଡ଼, ଶିବ ସାହୁ, ସୁଦାମ ଧରୁଆ, ଅଶୋକ ବାଗ, ଉମାକାନ୍ତ ମେହେର, ଲବଯୁ ମଲ୍ଲିକ, ସୀତାରାମ ପ୍ରଧାନ, ସନ୍ତୋଷ କୁମାର ପୋଢ଼ ପ୍ରମୁଖ ଯୋଗଦାନ କରି ନିଜ ନିଜର ମୂଲ୍ୟବାନ ମତାମତ ରଖିଥିଲେ ।

Leave A Reply

Your email address will not be published.

seventeen − three =