csstore

ଅଖିଳ କ୍ଷେତ୍ରୀୟ ଗୋଣ୍ଡ ସମାଜର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ପଞ୍ଚାୟତ ପୁରେନା ସର୍କଲରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟବକ୍ତା ଭାବେ ଧନେଶ୍ଵର ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଦୁର୍ଯ୍ୟୋଧନ ପୁଟା ସଭା ପରିଚାଳନା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଭୋଜରାମ ଧରୁଆ, ସମ୍ମାନିତ ଅତିଥି ରୂପେ ଅମର ସିଂ ଧରୁଆ ଯୋଗ ଦେଇଥିଲେ । ପୁରେନା, ମୋତିପାଲି, ଖପୁରିଡିହୀ, ବରତୁଣ୍ଡା, ବାଦିବାହାଲ, ଭୁଇଁଖାର, ନିଲାଥର, ନୁଆଁଡିହି, ଧାରୋଲ ଆଦି ଗ୍ରାମର ଗୋଣ୍ଡ ସମାଜର ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ମହିଳା ସଂଗଠନ, ଛାତ୍ର ସଂଗଠନର ବହୁ କର୍ମୀମାନେ ଯୋଗ ଦେଇଥିଲେ । ବୈଠକରେ ଆୟ ବ୍ୟୟ, ସମାଜର ରୀତିନୀତି ଏବଂ ଆଗାମୀ ଫେବୃୟାରୀ ମାସରେ ଝାରସୁଗୁଡ଼ା ଠାରେ ଅନୁଷ୍ଠିତ ସମାଜର ଅନ୍ତରାଷ୍ଟ୍ରୀୟ ମହାସଭା ଉପଲକ୍ଷେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶୁକଦେବ ମାଝୀ, ରୁକ୍ମଣ ଧରୁଆ, ଗୋବର୍ଦ୍ଧନ ପୁଟା, ହରିଦେବ ଧରୁଆ, ମଦନ ଭୁଏ, ଶୁକଲାଲ ଦାଉ, ମୋତିଲାଲ ଧରୁଆ, ଟେଙ୍ଗୁନୁ ଧରୁଆ, ଗୌରେଶନ୍ ଧରୁଆ, ଦଶରଥ ନେତାମ, ଆନନ୍ଦ ପୁଟା, ସୂର୍ଯ୍ୟ ଧରୁଆ, ଝୁନିଆ ପୁଟା, କାଞ୍ଚନ ନେତାମ ପ୍ରମୁଖ ଯୋଗ ଦେଇଥିଲେ । ନୂତନ ଭାବେ ଛାତ୍ର ସଂଗଠନ କରାଯାଇ ସଭାପତି ଭାବେ ବିଜୟ ସିଂ ଭୁଏ, ଉପସଭାପତି ତୁଲେଶ୍ୱର ନେତାମ, ସଂପାଦକ କୁଳଦେବ ଦାଉଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ପରିଶେଷରେ ସୁଫଳ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.