csstore

ଅଞ୍ଚଳଗୁମା ମଣ୍ଡଳରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ମଣ୍ଡଳରେ ବିଜେପି ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଅନୁସୂଚିତ ଜନଜାତିର ବିଜେପିର ରାଜ୍ୟ ସଭାପତି ଉମରକୋଟ ବିଧାୟକ ନିତ୍ୟା ନନ୍ଦ ଗଣ୍ଡ, ଜିଲ୍ଲା ସଭାପତି ଜଗଦୀଶଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଛୁତାନନ୍ଦ ବିଷୋୟୀ, ମଣ୍ଡଳ ସଭାପତି ନନ୍ଦନନ୍ଦନ ବିଷୋୟୀ, ନବରଙ୍ଗପୁର ଲୋକସଭା ବିସ୍ତାରକ ଶିବ ଶଙ୍କର ଶତପଥୀ, ନବରଙ୍ଗପୁର ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ରମାପତି ବିଷୋୟୀ, ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ଜିଲ୍ଲା କାର୍ୟକାରିଣୀ ସଦସ୍ୟ ସନ୍ତୋଷ ପାତ୍ର (ଟିନା)ଧରଣୀ ସିଂହ ଯୋଗଦାନ କରିଥିଲେ । ବୈଠକରେ ବିଜେପି ଦଳର ସାଂଗଠନିକ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଆଠଟି ପଞ୍ଚାୟତର ମୁଖ୍ୟ କାର୍ୟକର୍ତ୍ତା ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.