csstore

ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘର ଜରୁରୀ କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଳିତ ନାୟକ ଶ୍ରମିକ କର୍ମଚାରୀ ସଂଘର ଜରୁରୀ କାର୍ଯ୍ୟକାରୀ କମିଟି ବୈଠକ ମହାସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ମହାସଂଘର ଅଧ୍ୟକ୍ଷ ଦିପକ କୁମାର ନାୟକ (ବବଲୁ) ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ ସାଧାରଣ ସଂପାଦକ ପ୍ରଭାକର ମିଶ୍ର । ମହାସଂଘ ତରଫରୁ ଆଗାମୀ ଦିନରେ ସ୍ଥାନୀୟ ଲଳିତ ନଗର, ସଦାଇପାଲି ଓ ସାଉନ୍ତପୁର ଗ୍ରାମରେ ଗରୀବ ଲୋକ ତଥା ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧାଖଦ୍ୟ, ଶୁଖିଲା ଖାଦ୍ୟ, ସେନିଟାଇଜର, ମାକ୍ସ ଇତ୍ୟାଦି ବଣ୍ଟନ କରାଯିବା ସହିତ ଚଳିତ ମହାମାରି ତଥା ଆଗାମୀ ତୃତୀୟ ଲହରକୁ କିପରି ଭାବରେ ଦମନ କରି ପାରିବା ସେ ବିଷୟରେ ଉକ୍ତ ଗ୍ରାମର ଲୋକମାନଙ୍କୁ ସଚେତନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ବିଙ୍ଗ ହ୍ୟୁମେନର ସଭାପତି ବିବେକାନନ୍ଦ ପଟେଲ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାରୁ ତଥା ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ଶ୍ରୀ ପଟେଲଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏତଦ୍‌ବ୍ୟତୀତ ଆଗାମୀ ଦିନରେ ମହାସଂଘରେ ଆଗ୍ରହୀଥିବା ବ୍ୟକ୍ତିଙ୍କୁ ସଦସ୍ୟ ଭାବରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କିଛି ଦିନ ତଳେ ମହାସଂଘ ତରଫରୁ ହସପିଟାଲ ପରିସରରେ ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟ ସ୍ମାଇଲ ଅଲ୍‌ ଅନୁଷ୍ଠାନର ସଂପାଦକ ସଂଜୀବ ସାହୁ, ଅମୁଲ୍ୟ ସେଠ ତଥା ଅନ୍ୟାନ୍ୟ ସଭ୍ୟମାନଙ୍କ ସହଯୋଗରେ ସଂପାଦନ କରାଯାଇଥିଲା । ସେଥି ପାଇଁ ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇ ଉତ୍ତରତ୍ତର ଉନ୍ନତି କାମନା କରାଯାଇଥିଲା । ଆଜିର ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ମହାସଂଘର ଉପାଧ୍ୟକ୍ଷ ଦ୍ୱୟ ରତନ କୁମାର ମହାରଣା ଓ ପ୍ରଭାସ ପାଣିଗ୍ରାହୀ, ସଂଗଠନ ସଂପାଦକ ମନୋରଂଜନ ମିଶ୍ର, ମୁଖ୍ୟ ଉପଦେଷ୍ଟା ପଦ୍ମ ଚରଣ ଆଚାର୍ଯ୍ୟ, ଉପଦେଷ୍ଟା ଦ୍ୱୟ ଶ୍ରୀୟାକାନ୍ତ ପାଣିଗ୍ରାହୀ ଓ ବିନୋଦ ଦାସ, ସଭ୍ୟ କିଶୋର ମିଶ୍ର, ଲମ୍ବୋଦର ସାଏ, ଅବିନ ମହାକୁର, ବିଭାର ଘଡେଇ ପ୍ରମୁଖ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସାଧାରଣ ସଂପାଦକ ପ୍ରଭାକର ମିଶ୍ର ।

jayashree
Leave A Reply

Your email address will not be published.