jsm

ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ବୁଧବାର ଦିନ ଗୌଡଗୋଠ ହାଇସ୍କୁଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଜିତ ମିଶ୍ରଙ୍କ ସଭାପତିତ୍ୱ ଏବଂ ବିଜ୍ଞାନ ମେଳା ସହସଂଯୋଜକ ତଥା ବନ୍ଧପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ଦେଓଗାଁ ପ.ସ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମ୍ଵରିଶ ଭୋଇ, ସ୍ଥାନୀୟ ହାଇସ୍କୁଲ ପରିଚାଳନା କମିଟି ସଭାପତି ପୁରନ୍ଦର ଭୋଇ, ଆବାହକ ତଥା ପ୍ରଧାନ ଶିକ୍ଷକ ପ୍ରେମରାଜ ପ୍ରଧାନ, ସମିତି ସଭ୍ୟ ଟଙ୍କଧର ବେରିଆ, ପୂର୍ବତନ ଛାତ୍ର ବିକାଶ ସାହୁ ଓ ଦେଓଗାଁ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ଉପସ୍ଥିତ ରହିଥିଲେ । ବିଦ୍ୟାଳୟ ଠାରେ ଉନ୍ନତ ଭାବେ କିଭଳି ବିଜ୍ଞାନ ମେଳା ଅନୁଷ୍ଠିତ ହେବ ସେଥିପାଇଁ ଫୁଡ୍ କମିଟି, ରିସେପ୍‌ସନ କମିଟି, କୋଡିନେସନ କମିଟିି, ଷ୍ଟେଜ କମିଟି ଗଠନ କରାଯାଇ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ଏହି ବୈଠକ ପରିଚାଳନାରେ ସ୍ଥାନୀୟ ବିଦ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ହେମନ୍ତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.