କୁକୁଡା ଚାଷୀଙ୍କ ଉପରେ ହେଉଥିବା ଶୋଷଣ ନୀତି ବିରୁଦ୍ଧରେ ପୁରୀ ଜିଲ୍ଲାର ଚାଷୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମସ, ଓଡିଶା ଆନୁକୂଲ୍ୟରେ ପୁରୀ ଜିଲ୍ଲାର କୁକୁଡା ଚାଷୀ ଭାଇ ମାନଙ୍କୁ ନେଇ ପିପିଲି, ମଙ୍ଗଳପୁର କଲ୍ୟାଣମଣ୍ଡପଠାରେ ଅଶୋକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଲଟ୍ରି ଟ୍ରଡର କମ୍ପାନୀର ମନମାନୀ ଓ କୁକୁଡା ଚାଷୀଙ୍କୁ ଶୋଷଣ ନୀତି ବିରୁଦ୍ଧରେ ପୁରୀ ଜିଲ୍ଲାର ଚାଷୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଏଫ୍ ଡିଏଫ୍‌ର ରାଜ୍ୟ ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ପରିଡା ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁକୁଡା ଚାଷୀଙ୍କ କମ୍ପାନୀ ବିରୋଧୀ ସ୍ୱରକୁ ଶସକ୍ତ କରିବା ଲକ୍ଷରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜଧାନୀ ଚାଲ ବୋଲି କୁକୁଡା ଚାଷୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ପୁରୀ ଜିଲ୍ଲାର ପାଞ୍ଚଗୋଟି ବ୍ଲକ ଯଥା କ୍ରମେ ପୁରୀ ସଦର, ସତ୍ୟବାଦୀ, ଜଟଣୀ, ପିପିଲି ଓ ଡେଲାଙ୍ଗର ଅଢେଇ ଶହରୁ ଅଧିକ ମୁଖିଆ କୁକୁଡା ଚାଷୀମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ରମେଶ ପାଟ୍ଟଶାଣୀ, କୋଷାଧ୍ୟକ୍ଷ ଜନ୍ମଜୟ ମହାନ୍ତି, ସତ୍ୟବାଦୀ ସାଖା ସଭାପତି ଭଗବାନ ବିଶ୍ୱାଳ, ସଂପାଦକ ଶୁଭାଶିଷ ରଥ, ଡେଲାଙ୍ଗ ସଖା ସଭାପତି ଗୋପାଳ ସ୍ୱାଇଁ ଓ ସଂପାଦକ ପ୍ରଶାନ୍ତ ପ୍ରଧାନ, ପିପିଲି ସାଖା ସଂଯୋଜକ ବାବୁନା ପ୍ରଧାନ ପ୍ରମୁଖ କୁକୁଡା ଟ୍ରେଡର କମ୍ପାନୀମାନେ କିପରି ଲାଭ ଖୋର ମନବୃତି ନେଇ ନିମ୍ନ ମାନର କୁକୁଡା ଚିଆଁ, ଦାନା, ଔଷଧ ଇତ୍ୟାଦି ସହିତ କୁକୁଡା ମାର୍କେଟିଙ୍ଗରେ ଠକେଇ ପ୍ରସଙ୍ଗ ବିଷୋଦଗାର କରିଥିଲେ । ଏହି ବୈଠକରେ ସର୍ବସମ୍ମତି କ୍ରମେ ସରକାରଙ୍କୁ ଅବଗତ କରାଇ ସରକାର, ଚାଷୀ ସଂଘ ପ୍ରତିନିଧି ଓ କମ୍ପାନୀ ପ୍ରତିନିଧି ମାନଙ୍କର ସରକାରୀ ସ୍ତରରେ ଯୁଗ୍ମ ବୈଠକ ମାଧ୍ୟମରେ ଏକଥା ନିଷ୍ପତ୍ତି କରିବାକୁ ଯଥା ସାଧ୍ୟ ଉଦ୍ୟମ କରାଯିବ ବୋଲି ସର୍ବସମ୍ମତ ପ୍ରସ୍ତାବ ସୁପାରିଶ କରାଯାଇଥିଲା । ଆଗାମୀ ଦିନରେ ଭୁବନେଶ୍ୱରରେ ପ୍ରେସମିଟ୍ ମାଧ୍ୟମରେ ରାଜଧାନୀରେ ଚାଷୀ ସମାବେଶର ସୂଚନା ଦିଆଯିବ ବୋଲି ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one × four =

error: Content is protected !!