csstore

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆଜି ସଂଘର କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ସାଧାରଣ ସଂପାଦକ ନାରାୟଣ ପାଢୀ ପୂର୍ବ ଆଲୋଚନାର ବିବରଣୀ ପାଠ କରିଥିଲେ । ସଂଘର କାର୍ଯ୍ୟକାରଣୀ ସଦସ୍ୟମାନେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ନୂତନ ପ୍ରସ୍ତାବ ଗୁଡିକ ଉପସ୍ଥାପନ କରିଥିଲେ । ଆସନ୍ତା ଅକ୍ଟୋବର ୨୫ ତାରିଖ ଦିନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ନିଷ୍ପତି ହୋଇଥିଲା । ଏହି ସାଧାରଣ ପରିଷଦ ବୈଠକରେ ନୂତନ ପ୍ରସ୍ତାବ ଗୁଡିକକୁ ସର୍ବସମ୍ମତିକ୍ରମେ ଗୃହିତ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର ଘୋଷଣା କରିଥିଲେ । କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ଆୟବ୍ୟୟର ବିବରଣୀ ପ୍ରଦାନ କରିବା ସହ ନୂତନ ସଦସ୍ୟମାନଙ୍କ ନାମ ଘୋଷଣା କରିଥିଲେ । ଏହି ବୈଠକରେ ଉପସଭାପତି ଅଶୋକ କୁମାର ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ରୁତୁରାଜ ସିଂହ, ମନରଂଜନ ପୁରୋହିତ, ହୀତେଶ କୁମାର ସାହୁ, ଛବିଲାଲ ବେହେରା, ବୀନୟ କୁମାର ମିଶ୍ର, ପର୍ଶୁରାମ ନାଏକ, ମହେଶ୍ୱର ସାହୁ ଉପସ୍ଥିତ ଥିବା ବେଳେ ସଂଘର ସହ ସଂପାଦକ ଦିବାକର ହୋତା ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.