ଜଷ୍ଟିସ୍ ୟୁୟୁ ଲଲିତ ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ

ନୂଆଦିଲ୍ଲୀ : ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଉଦୟ ଉମେଶ ଲଲିତ ଲଲିତ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ ଏନ୍‌ଭି ରାମନା ଗତଚାଲି ଅଗଷ୍ଟ ୨୬ରେ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ।

ଶୁକ୍ରବାର ଦିନ ଜଷ୍ଟିସ ଏନ.ଭି ରାମନାଙ୍କ ବିଦାୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ୟୁୟୁ ଲଲିତ କହିଛନ୍ତି ଯେ, ପ୍ରଧାନ ବିଚାରପତି ଭାବରେ ତାଙ୍କର ୭୪ ଦିନ କାର୍ଯ୍ୟକାଳ ମଧ୍ୟରେ ସେ ତିନୋଟି କ୍ଷେତ୍ରରେ କାମ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଅତିକମ୍‌ରେ ଗୋଟିଏ ସମ୍ବିଧାନ ବେଞ୍ଚ ବର୍ଷସାରା କାର୍ଯ୍ୟ କରିବ କି ନାହିଁ ତାହା ନିଶ୍ଚିତ କରିବାକୁ ସେମାନେ କଠିନ ପରିଶ୍ରମ କରିବେ । ଏଥିସହ, ସର୍ବୋଚ୍ଚ ଅଦାଲତରେ ଶୁଣାଣି ପାଇଁ ଜରୁରୀ ତାଲିକାଭୁକ୍ତ କରିବା ଏବଂ ଜରୁରୀ ବିଷୟଗୁଡିକ ଉଲ୍ଲେଖ କରିବା ତାଙ୍କର ଅନ୍ୟତମ ପ୍ରାଥମିକତା ହେବ ।

Leave A Reply

Your email address will not be published.

four × 5 =