csstore

ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ଛତ୍ରପୁର ପରିଷଦର ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ ପାଳନ ସୁରୁଖୁରୁରେ ସମ୍ପନ୍ନ କରାଯିବା ନିମନ୍ତେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟାଙ୍କ ସହ ସମ୍ମିଳନୀ ଗୃହରେ ବସି ପୁଙ୍ଖାନୁପୁଙ୍ଖ ଭାବେ ମିଳିତ ଆଲୋଚନା କରିଥିଲେ ଏବଂ ଅନେକ ଦ୍ଵନ୍ଦ ସମସ୍ୟାର ଆଶୁ ଫଇସଲା କରି ୧୪ଟି ୱାର୍ଡର କାଉନସିଲର ଚେୟାରମ୍ୟାନ ଶର୍ମିଷ୍ଠା ପ୍ରଧାନ, ଭାଇସ ଚେୟାରମ୍ୟାନ ଜି.ପାପା ରାଓ ପ୍ରମୁଖଙ୍କ ସହ ବିଶଦ ଆଲୋଚନା କରିଥିଲେ । ଆଗାମୀ ଜାତୀୟ ଦିବସ ସହରାଞ୍ଚଳ ସ୍ୱାୟତ୍ତ ଶାସନ ଦିବସ ଶାନ୍ତି ଶୃଙ୍ଖଳାର ସହ ଦଳଗତ ଗୋଷ୍ଠୀ ଗତ ସମସ୍ୟା ନ ରଖି ସମସ୍ତେ ହାତକୁ ହାତ ମିଶାଇ ପାଳନ କରିବାକୁ ଏହି ବୈଠକରେ ଅଧ୍ୟକ୍ଷତା କରି ଚେୟାରମ୍ୟାନ ଶର୍ମିଷ୍ଠା ପ୍ରଧାନ ସଭିଙ୍କୁ ଅନୁରୋଧ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି ବୈଠକରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଭିଙ୍କୁ ଏକତା ବଦ୍ଧ ହୋଇ ସହରର ଉନ୍ନତି ଓ ପ୍ରଗତି ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।

jayashree
Leave A Reply

Your email address will not be published.