csstore

ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମସ୍ୱାମୀ ମନ୍ଦିର ପରିସରରେ ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ଏହି ପଡାର ନାଳ ନର୍ଦ୍ଦମା ସଫେଇ ଓ ରାସ୍ତାଘାଟ ଆଦି ସଫେଇ କାର୍ଯ୍ୟରେ ପୌର ପରିଷଦ ଦ୍ୱାରା ଚରମ ଅବହେଳା ପ୍ରଦର୍ଶନ କରାଯାଉ ଥିବାରୁ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । କାରଣ ଦୀର୍ଘ ୪ମାସରୁ ଉର୍ଦ୍ଧ୍ବ ହେଲାଣି ନାଳ ନର୍ଦ୍ଦମା ଆଦୌ ସଫା କରାଯାଉ ନାହିଁ । ଫଳରେ ନାଳ ନର୍ଦ୍ଦମାର ଆଦି ଦୁର୍ଗନ୍ଧ ହୋଇ ପରିବେଶ ଦୂଷିତ କରୁଅଛି । ଆହୁରି ମଧ୍ୟ ନାଳ ନର୍ଦ୍ଦମାରେ ମଶା ତେଳ ଦେଉନାହାନ୍ତି । ଏକ କମିଟି ପୌର ପାଳିକାର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିବା ସହିତ ଜିଲ୍ଲାପାଳଙ୍କୁ ଏହି ବିଷୟରେ ଏକ ପତ୍ର ଲେଖା ଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଅନ୍ୟଏକ ପ୍ରସ୍ତାବ କ୍ରମେ ସ୍ଥାନୀୟ ଟିକ୍ରାପଡା ସ୍କୁଲ ପ୍ରହରୀ ଛକ ଠାରୁ ମାଲପଡା ରାମସ୍ୱାମୀ ମନ୍ଦିରଦେଇ ଏଫ୍‌ସିଆଇ ଗୋଦାମ ନାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଉଦୟ ନଗର ପର୍ଯ୍ୟନ୍ତ ସଂଯୋଗ କରିବାକୁ ପୌର ପାଳିକାକୁ ଏକ ପତ୍ରାଳାପ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ ଜଳ ଯୋଗାଣରେ ଅନିୟମିତତା କରାଯାଉଥିବାରୁ ଜନସ୍ୱାସ୍ଥ୍ୟ ବିଭାଗକୁ ଏହାର ସୁବ୍ୟବସ୍ଥା କରିବା ପାଇଁ ପତ୍ରାଳାପ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ସଭାରେ କମିଟିର ଉପସଭାପତି ଗୋପବନ୍ଧୁ ପୁରୋହିତ, ସହ ସଂପାଦକ ଶ୍ୟାମ ସୁନ୍ଦର ଆ·ର୍ଯ୍ୟ, ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ନାଗ, ପ୍ରଫେସର ତରୁଣ କୁମାର ମିଶ୍ର, ଦିବାକର ହୋତା, ନିମାଇଁ ଚରଣ ଦାଶ, ଆକୁଳ ବେହେରା, ସତ୍ୟଜିତ ଯୋଷୀ, ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.