csstore

ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ନିର୍ଦ୍ଦେଶ କ୍ରମେ ଆମ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ନୀଳକୁମାରୀ ନାଏକଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ଆୟୋଜନ କରାଯିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲା ଡିଜିଟାଲ ସମ୍ପାଦିକା ସଞ୍ଜୁଲତା ଶତପଥୀଙ୍କ ସଂଜୋଜନା ଓ ରଶ୍ମିତା ମେହେରଙ୍କ ସହଯୋଗରେ ଅନୁଷ୍ଠିତ ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ବରଗଡ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତି କଳ୍ପନା ମାଝୀ, ଜିଲ୍ଲାର ମହିଳା ଜିଲ୍ଲା ପରିଷଦଙ୍କ ସହ ମହିଳା ଜନତା ଦଳର ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.