jsm

ପଦ୍ମପୁରରେ ପ୍ରଥମ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଜ୍ୟେଷ୍ଠ ଷଷ୍ଠୀକୁ ଶୀତଳ ଷଷ୍ଠୀ ରୂପରେ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ମାତା ପାର୍ବତୀ ଏବଂ ବାବା ଭୋଳା ଶଙ୍କରଙ୍କ ବିବାହ ପରେ ଏହିଦିନ ହିଁ ଯୁଗଳ ମୂର୍ତି ଭକ୍ତଙ୍କୁ ଦର୍ଶନ ଦେବାର ମାନ୍ୟତା ଏବଂ ପରମ୍ପରା ବହୁ ପୁରାତନ । ଏଣୁ ଏହି ଦିନକୁ ଶୀତଳ ଷଷ୍ଠୀ ରୂପରେ ପାଳନ କରାଯାଇଥାଏ । ଏ ନେଇ ପଦ୍ମପୁରରେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶୀତଳ ଷଷ୍ଠୀ ପୂଜାର ଆୟୋଜନ ହେଉଥିବା ବେଳେ ଷଷ୍ଠୀ କମିଟି ତରଫରୁ ପଦ୍ମପୁର ବଡ଼ବନ୍ଧ ସ୍ଥିତ ରାମେଶ୍ୱର ଜି ମହାଦେବ ବାବାଙ୍କ ମନ୍ଦିରରେ ପ୍ରସ୍ତୁତି ବୈଠକ ସାରି ଯାଇଅଛି । ଆସନ୍ତା ଜୁନ ୦୪ ତାରିଖ ଜ୍ୟେଷ୍ଠ ପଞ୍ଚମୀ ଦିନ ମହାପ୍ରଭୁ ମହାଦେବଙ୍କର ପବିତ୍ର ବର ଯାତ୍ରା ବଡ଼ବନ୍ଧ ରାମେଶ୍ୱର ଜି ମନ୍ଦିରରୁ ବାହାରି ଭବ୍ୟ ଶୋଭାଯାତ୍ରା ସହ ପଦ୍ମପୁର ନେହେରୁ ଗଲି ସ୍ଥିତ ମା’ ପାର୍ବତୀଙ୍କର ପିତା ମାତାଙ୍କ ଦାୟିତ୍ୱ ବହନ କରୁଥିବା ଶ୍ରୀମତୀ ଉମା ପଧାନ ଓ ମହେନ୍ଦ୍ର ଭୋଇଙ୍କ ଭବନକୁ ପହଞ୍ଚିବା ପରେ ଗୌରୀ ମହେଶ୍ୱରଙ୍କ ପବିତ୍ର ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହା ସହ ଷଷ୍ଠୀ ଦିନ ସନ୍ଧ୍ୟାରେ ଶିବଶକ୍ତିଙ୍କର ଯୁଗଳ ମୂର୍ତ୍ତି ଦର୍ଶନ ସହ ଭବ୍ୟ ଶୋଭାଯାତ୍ରା ନଗର ପରିକ୍ରମା କରି ପୁନଃ ରାମେଶ୍ୱର ଜି ମନ୍ଦିରରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପଟେ ପ୍ରଥମ ଥର ପାଇଁ ପଦ୍ମପୁରରେ ଶୀତଳ ଷଷ୍ଠୀର ଆୟୋଜନ ହେଉଥିବା ବେଳେ ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ ।

yuvodaya
Leave A Reply

Your email address will not be published.