pakka

ଗନ୍ଧରାବନ୍ଧଠାରେ ବ୍ଲକ ବସୁଧା ଜଳ ଯୋଗାଣ ପମ୍ପ ଡ୍ରାଇଭର ସଂଘର ବୈଠକ

l2

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗାଁର ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ବସୁଧା ଜଳ ଯୋଗାଣ ପମ୍ପ ଡ୍ରାଇଭର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ସଭାପତି ପାଣ୍ଡବ ଭୋଇ, ସମ୍ପାଦକ ସୁରେନ୍ଦ୍ର କରନ ଯୋଗ ଦେଇ ଏହି ସଂଘକୁ କିପରି ଭାବେ ମଜବୁତ କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଖାଲି ମାତ୍ର ଏକ ମାସକୁ ପମ୍ପ ଡ୍ରାଇଭରକୁ ସରକାର ୨ ହଜାର ଟଙ୍କା ଦେଉଛି ହେଲେ ଜଳଛତ୍ରରେ ଦେଉଥିବା ବ୍ୟକ୍ତିଙ୍କୁ ଦିନକୁ ୩୦୮ ଟଙ୍କା ଦେଉଛି । ସରକାର ପମ୍ପ ଡ୍ରାଇଭର ମାନଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ପମ୍ପ ଡ୍ରାଇଭରମାନଙ୍କ ଦରମା ବୃଦ୍ଧି କରିବା ସହ ବୀମା କରାଇବା ପାଇଁ ଏଥିରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏ ନେଇ ସରକାର ଆଗାମୀ ଦିନରେ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ବସୁଧା ଯୋଜନାରେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ବ୍ଲକ କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ହେମନ୍ତ ପୋଡ଼, ଉପସଭାପତି ଭଜ କୁମ୍ଭାର, ସମ୍ପାଦକ ପିଣ୍ଟୁ ମାଝୀ, ସହ ସମ୍ପାଦକ ଯଜ୍ଞସ୍ୱର ପୃସେଠ, କୋଷାଧ୍ୟକ୍ଷ ଲିଛା ମେହେର ପ୍ରମୁଖ ମନୋନୀତ ହୋଇଛନ୍ତି । ଏଥିରେ ସଦସ୍ୟ ବିକାଶ ପୁଟେଲ, ଦେବରାଜ ଭୋଇ, ବ୍ରଜ ଜାନୀ, ରୋହିତ ରଣା, କୁଶଧ୍ୱଜ ବେହେରା, ଟିକଚନ ଭୋଇ, ଖୀରସିନ୍ଧୁ ମାଝୀ, ତପନ କୁମାର ପୁଞ୍ଜି, ହରେକୃଷ୍ଣ ମେହେର, ଧୁବଳେ ସ୍ୱର ପୁଟେଲ, ଅମନ ଥନାପତି ପ୍ରମୁଖ ମନୋନୀତ ହୋଇଛନ୍ତି ।

pp
Leave A Reply

Your email address will not be published.

4 × 3 =