pakka

ବେଲପଡାରେ ନିର୍ବାଚିତ ଯାଦବ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଉତ୍ସବ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଥିବା ଗଙ୍ଗାଧର ପାର୍କ ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ପକ୍ଷରୁ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ଯାଦବ ଜନପ୍ରତିନିଧିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଚଣ୍ଡୀ ସମଲାଇଙ୍କୁ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସଭାପତି ରାଧେଶ୍ୟାମ କେତକୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ପରମାନନ୍ଦ ହାତୀ, ମୁଖ୍ୟବକ୍ତା ଭାବେ ଉତ୍କଳ ଯାଦବ ମହାସଭାର ପ୍ରୋଜେକ୍ଟ ସେଲ ସଭାପତି ଲକ୍ଷ୍ମଣ ବାଗ, ପୂର୍ବତନ ବ୍ଲକ ସଭାପତି ବିହାରୀ ସଗରିଆ, ପୂର୍ବତନ ଅଲଣ୍ଡା ସରପଞ୍ଚ ଅର୍ଜୁନ ଯାଦବ, ବ୍ଲକ ଯୁବ ଯାଦବ ସଭାପତି ଘନଶ୍ୟାମ ମନହୀରା, ବେଲପଡା ପଞ୍ଚାୟତ ସଭାପତି ଦବରାଜ ପୋଢ । ପୂର୍ବତନ ବ୍ଲକ ସଭାପତି ମକରନ୍ଦ ପୋଢ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଗାମୀ ଦିନରେ ଯାଦବ ମାନେ ରାଜନୀତିରେ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରି ବିଭିନ୍ନ ପଦ ପଦବୀରେ ରହି ପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଯାଦବମାନଙ୍କର ଶିକ୍ଷା ଗ୍ରହଣ, ସାମାଜିକ ସଂଗଠନକୁ କିପରି ଭାବେ ମଜବୁତ କରାଯାଇପାରିବ ସେ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଝରିଆଲ ସରପଞ୍ଚ ଭରଦ୍ୱାଜ ଗହିର, ବେଲପଡା ସରପଞ୍ଚ ଖରତ ବାଗ, ଯୁରାବନ୍ଧ ସରପଞ୍ଚ ଯଶୋବନ୍ତୀ ସଗରିଆ, ଚାନ୍ଦୋତରା ସରପଞ୍ଚ ଜିତେନ୍ ବଚ୍ଛା, ଝରିଆଲ ସମିତି ସଭ୍ୟ ରାଜୁ ହାତୀଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ ସମ୍ପାଦକ ମୁନିରାମ ନାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ବ୍ରଜମୋହନ ପୋଢ, ଛବିଲ ପୋଢ, ହୃଦାନନ୍ଦ ନାଗ, ଘନଶ୍ୟାମ ନାଗ, ଲକ୍ଷ୍ମୀକାନ୍ତ ବାଗ, ମୁକୁନ୍ଦ ନିଆଲ, ଦିନବନ୍ଧୁ ଜାଲ, ଚନ୍ଦ୍ରମଣୀ ହଂସ, ପଙ୍କଜ ନାଗ, ଭବାନୀ ନାଗ, ଅଲେଖ ପ୍ରସାଦ ବାଗ, ପକ୍ଷୀରାଜ ବଗର୍ତ୍ତୀ, ବଂଶୀଧର ହଂସ, ନିଲାଂଚଳ ବଚ୍ଛା, ଧନସିଂ ନାଗ, ଗୁରୁବାରୁ ବଚ୍ଛା, ପ୍ରତାପ ବଚ୍ଛା, ହୁଲେଶ୍ୱର ହଂସ, ଯୋଗିନ୍ଦ୍ର ବଚ୍ଛା, କ୍ଷୀରସିନ୍ଧୁ ବଚ୍ଛା, ନିଲାମ୍ବର ବନଛୋର ପ୍ରମୁଖଙ୍କ ସହ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ଓ ଯୁବ ଯାଦବ ମହାସଭାର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ବ୍ଲକ ଯାଦବ ମହାସଭାର ଉପସଭାପତି ପ୍ରତାପ ବଚ୍ଛା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 − 1 =