jsm

ବରଗଡ଼ ପୌର ପରିଷଦ ସଦସ୍ୟମାନଙ୍କ ପ୍ରଥମ ବୈଠକ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ନବ ନିର୍ବାଚିତ ସଦସ୍ୟମାନଙ୍କ ପ୍ରଥମ ବୈଠକ ଆଜି ପୌର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପୌରାଧକ୍ଷା ଶ୍ରୀମତୀ କଳ୍ପନା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୯ଟି ଓ୍ବାର୍ଡର କାଉନସିଲର ସଦସ୍ୟ ମାନେ ଉପସ୍ଥିତ ରହି ସହରର ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସଠିକ ଭାବରେ ଉପଯୋଗ ଉପରେ ଆଲୋଚନା ହୋଇଥିଲା । ଏଥିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ଉପାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ, ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ସହରରେ କାର୍ଯ୍ୟକାରୀ ହେବାକୁ ଥିବା କାମ ଗୁଡିକ ଉପରେ ଆଲୋଚନା କରିଥିଲେ ।

yuvodaya
Leave A Reply

Your email address will not be published.