pakka

ଓଡିଶା ଜୀବିକା ମିଶନ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବାରଖମା ପଞ୍ଚାୟତ ସ୍ତରୀୟ ମହାସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲିଗୁଡା ବ୍ଲକରୁ ବିପିଏମ୍‌ ସରୋଜିନୀ ପ୍ରଧାନ, ଓଏଲ୍‌ଏମ୍‌ ୱାପି ଶୁଭଶ୍ରୀ ଖେତୀ, ବିଏଲ୍‌ସି ନିତୁ ସିଂ ପ୍ରମୁଖ ଉପସ୍ଥିତ ଥିବାବେଳେ ବାରଖମା ପଞ୍ଚାୟତରେ ଥିବା ୧୨୦ ଟି ସ୍ୱୟଂସହାୟକ ଗୋଷ୍ଠୀରୁ ଶତାଧିକ ମହିଳା ଉପସ୍ଥିତ ଥିଲେ । ଏମ୍‌ବିକେ ଶିଖାରଣୀ ଦିଗାଳ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ବିଗତ ୪ ବର୍ଷର ଆର୍ଥିକ ଓ ସାମାଜିକ ବିବରଣୀ ପଠନ କରିଥିଲେ । ବିପିଏମ୍‌ ସରୋଜିନୀ ପ୍ରଧାନ ଓ ବିଏଲ୍‌ସି ନିତୁ ସିଂ ଯଥାକ୍ରମେ ସ୍ୱୟଂ ସହାୟକ ମା’ମାନଙ୍କୁ ସରକାରଙ୍କ ଯୋଜନା ବିଷୟମାନ ପୁଣି କିଭଳି ସ୍ୱାବଲମ୍ବୀ ହେବେ, ଜୀବନ ଜୀବିକା ବିକାଶ ଓ ସମୃଦ୍ଧି ସମ୍ପର୍କରେ ଅବଗତ କରିଥିଲେ । ଏହାପରେ ବାରଖମା ଜିପିଏଲ୍‌ଏଫ୍‌ର ଆଗାମୀ ଦୁଇ ବର୍ଷ ନିମନ୍ତେ କାର୍ଯ୍ୟକାରୀ କମିଟି ଓ ସବ କମିଟି ସଦସ୍ୟମାନଙ୍କୁ ଚୟନ କରାଯାଇଥିଲା । ଏମ୍‌ବିକେ ଶିଖାରାଣୀ ଦିଗାଳଙ୍କ ଉତ୍ତମ ନେତୃତ୍ୱ ଓ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇ ଥିବା ଦେଖି ବ୍ଲକରୁ ଆସିଥିବା ଅଧିକାରୀ ସମେତ, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରଶଂସା କରିଥିଲେ । ଶେଷରେ ନୂତନ ଭାବେ ମନୋନୀତ ହୋଇଥିବା ଜିପିଏଲ୍‌ଏଫ୍‌ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ଦଣ୍ଡିଆ ବ୍ଲକର କର୍ମଚାରୀ ଓ ଉପସ୍ଥିତ ସବୁ ସ୍ୱୟଂସହାୟକ ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 × 2 =