jsm

ତପୋବନ ଆଶ୍ରମ ଟ୍ରଷ୍ଟ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ରୋଡ଼ ସ୍ଥିତ ତପୋବନ ଆଶ୍ରମ ପରିଚାଳନା ସମିତିର ଟ୍ରଷ୍ଟ ସଦସ୍ୟ ମାନଙ୍କ ଏକ ବୈଠକ ତପୋବନ ଆଶ୍ରମର ବୁଦ୍ଧ ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଶ୍ରମ ପରିଚାଳନା ଓ ବର୍ଷ ତମାମ ବିଭିନ୍ନ କାର୍ୟ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ମଧ୍ୟରେ ଭଜନ କୀର୍ତ୍ତନ, ଆଧ୍ୟାତ୍ମିକ ଚର୍ଚ୍ଚା, ଧ୍ୟାନ, ପ୍ରବଚନ ତଥା ଅନ୍ୟାନ୍ୟ ଧାର୍ମିକ କାର୍ୟ୍ୟକ୍ରମ ପାଇଁ ଏହାର ଆଶ୍ରମ ପରିସରସ୍ଥ ବୁଦ୍ଧ ହଲ ବ୍ୟବହାର ହେବ । ଆଗ୍ରହୀ ବ୍ୟକ୍ତି ତଥା ଅନୁଷ୍ଠାନ ବିଶେଷ ଏଠାରେ ଉକ୍ତ କାର୍ୟ୍ୟକ୍ରମ ମାନ ତପୋବନର ନୀତି ନିୟମାନୁଯାୟୀ କରିପାରିବେ । ସମାଜର ବିଭିନ୍ନ ବର୍ଗର ଲୋକମାନେ ଯେଉଁ ମାନେ ସତ୍‌ ଚିନ୍ତନରେ ଆଗ୍ରହୀ ସେହିପରି ବ୍ୟକ୍ତି ବିଶେଷ ମାନଙ୍କୁ ତପୋବନ ପରିବାରରେ ଯୋଡ଼ା ଯିବାକୁ ସ୍ଥିର କରାଯାଇଥିଲା । ଉକ୍ତ ହଲ୍‌କୁ କୌଣସି ରାଜନୀତି ସମାବେଶ ବା କାର୍ଯ୍ୟକ୍ରମ ବ୍ୟବହାର ପାଇଁ ଦିଆହେବ ନାହିଁ ବୋଲି ସମସ୍ତଙ୍କ ସହମତି ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ସଭାପତି ସର୍ଦାର ପ୍ରୀତମ ସିଂ, ସମ୍ପାଦକ ଚନ୍ଦ୍ର ଶେଖର ରାଓ, ବରିଷ୍ଠ ସଦସ୍ୟ ସି.ଏମ.ରାଓ, ତୀର୍ଥବାସୀ ଦେବତା, ଗୌରାଙ୍ଗ ନାୟକ, ରୁଦ୍ରପ୍ରସନ୍ନ ଆଚାର୍ୟ୍ୟ, ସୁଶାନ୍ତ ତ୍ରିପାଠୀ, ଅଶୋକ ମେହେର, ରାଜୁ ଦାଶ, ଶ୍ରୀମତୀ କଲ୍ୟାଣୀ ଦାଶ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.