centurian jitm

ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଇଁ ଅନୀଲ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଡିସେମ୍ବର ମାସରେ ଏହି ଭବ୍ୟ ଉତ୍ସବ ଆୟୋଜନ କରିବା ପାଇଁ ସ୍ଥିରୀକୃତ ହୋଇଛି । ବୈଠକରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିନୋଦ କାଲିଆ, ସୁବାଷ ସାହୁ, ମହାଦେବ ବେହେରା, କୁସୁମ ରାଓ, ସୁଧୀର ପଟେଲ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଆମନ୍ତ୍ରିତ କରିବା ପାଇଁ ଯୋଜନା ପ୍ରସ୍ତୁତି କରାଯାଇଛି । ପରବର୍ତ୍ତୀ ବୈଠକ ମେ’ ମାସ ୧ ତାରିଖ ରବିବାର ଅପରାହ୍ନ ୪ଟା ବିଦ୍ୟାଳୟ ପରିସରରେ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ପରିଶେଷରେ ତ୍ରିଲୋଚନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.