pakka

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

bbehera

ପାଇକମାଲ, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଥିବା ଛାତ୍ରୀମାନଙ୍କ ପିତା ମାତାଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱ କରିଥଲେ । ବୋର୍ଡ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ଥିବା ଛାତ୍ରୀମାନଙ୍କ ପିତା ମାତାଙ୍କ ସହ ଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣରେ କିପରି ଭୂମିକା ରହିଛି ତା’ର ସିଧାସଳଖ ଆଲୋଚନା କରାଯାଇଥିଲା । ଅଭିଭାବକ ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରୀମାନଙ୍କ ବିଷୟରେ ଆଦାନ ପ୍ରଦାନ ଆଲୋଚନା କରି ନିଜ ନିଜ ସମସ୍ୟା ଉତ୍‌ଥାପନ କରିଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପ ପ୍ରଧାନ, ବରିଷ୍ଠ ସଦସ୍ୟ ଧିରେନ୍ ମହାନ୍ତି, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ତଥା ସାମ୍ବାଦିକ ଦୁର୍ଯ୍ୟୋଧନ ପୁଟା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଛାତ୍ରୀମାନଙ୍କ ପ୍ରତି ପିତା ମାତାଙ୍କ ଭୂମିକା କିପରି ରହିବ ଅଥିତିଗଣ ମତ ପୋଷଣ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଅନୀମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

7 + 2 =