centurian jitm

ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ତଥା ପ୍ରଶାସନ ଓ ମିଲର୍ସ ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ ଏବଂ ପ୍ୟାକ୍ସମାନଙ୍କରେ ୫ରୁ ୧୦ କେଜି ଧାନ କଟନି ଛଟନି ଓ ଟାର୍ଗେଟ ଥିଲେ ମଧ୍ୟ ବେପାରୀମାନଙ୍କୁ ପ୍ରୋତ୍ସାହନ ଓ ଚାଷୀମାନଙ୍କୁ ଲହୁଲୁହାଣ କରୁଥିବା ସଂସ୍ଥାମାନଙ୍କର ବିରୁଦ୍ଧରେ ଆସନ୍ତା ଜାନୁୟାରୀ ୨୨ ତାରିଖ ଶୁକ୍ରବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣବିକ୍ଷୋଭ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଥିଲା । ସଭା ପ୍ରାରମ୍ଭରେ ଦିଲ୍ଲୀରେ କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ନୂତନ ଭାବରେ ମନୋନିତ ବ୍ଲକ କିଶାନ କଂଗ୍ରେସ ଅଧ୍ୟକ୍ଷ ଗଗନ ନାଥ, ପ୍ରଦ୍ୟୁମ୍ନ ସାହୁ, ହେମନ୍ତ ସାହୁ, ପ୍ରଦୀପ ମିଶ୍ର, ଗିରିଧାରୀ ସାହୁ, ଉତ୍ତମ ପଟେଲ, ଆଦିକନ୍ଦ ପୋଡ, ଘନଶ୍ୟାମ ପ୍ରଧାନ, ହେମନ୍ତ ସେଠ, ଋଷି ନାଥ, ମାୟାଧର ସୁନା, ସରୋଜ ପଧାନ, ଅଶୋକ ପଟେଲ, ସାନ୍ତନୁ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇ ଆଗାମୀ ଦିନରେ ପଂଚାୟତ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଆହ୍ୱାନ ଦେଇଥିଲେ । ଉପ-ସଭାପତି ମନୀଷ ମିଶ୍ର, ବୁଲୁ ଦାନୀ, ଇଂ ରମେଶ ପୁରୋହିତ, ନବକିଶୋର ନାଏକ, ଯୁବନେତା ପ୍ରଫୁଲ୍ଲ ମିଶ୍ର, ଅଜୟ ବାଲି, ପ୍ରେମ ପ୍ରକାଶ ମିଶ୍ର, ମିଲନି ସାହୁ, ଅନିଲ ମେହେର, ଗୁଣସାଗର ମାଝି, ବିକାଶ ପାଣିଗ୍ରାହୀ, ଶ୍ରୀଧର ବାରିକ, ରାମ ପ୍ରସାଦ ମିଶ୍ର, ସୁଶାନ୍ତ ଷଡଙ୍ଗୀ, ଫଜୁଲୁଦ୍ଧିନ ଖାନ, ସତ୍ୟାନନ୍ଦ ସୁନା, ଓମ୍‌ ପ୍ରକାଶ କୁମ୍ଭାର, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ସରୋଜ ରଥ, କୁନା ପ୍ରଧାନ, ଯୁଗେଶ୍ୱର ସାହୁ, ହରି ନନ୍ଦ, କୈଳାସ ମିଶ୍ର, ପପୁ ପାତ୍ର, ଅନ୍ତ ମଛଖଣ୍ଡ, ପବିତ୍ର ନେପାକ, ବସୁଦେବ ନାଏକ, ଲଳିତ ପଟେଲ, ସୁରୁ ମେର୍ଲି, ସତ୍ୟ ନାଗ, ଗଦାଧର ମହାପାତ୍ର, ସୁଦର୍ଶନ ମିଶ୍ର, ପତିତପାବନ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!