pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପୋଲିସ ପ୍ରଶାସନର ପ୍ରସ୍ତୁତି ବୈଠକ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୧୬ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବ । ଏଥିପାଇଁ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ଆଇଜି ଦୀପକ୍ କୁମାରଙ୍କ ଉପସ୍ଥିତିରେ ଜିଲ୍ଲା ଏସପି ରାହୁଲ ଜୈନ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଭୋଟ ଗ୍ରହଣ ସମୟରେ କିପରି କେନ୍ଦ୍ର ଗୁଡିକରେ ଶାନ୍ତି ଶୃଂଖଳା ରକ୍ଷା କରାଯିବ । ପେଟ୍ରୋଲିପ୍ସ ବ୍ୟବସ୍ଥାକୁ କଡିକଡି କରିବା, ସମ୍ବେଦନଶୀଳ ବୁଥ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆଦି ଉପରେ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଏସପି, ଏସଡିପିଓ, ସମସ୍ତ ଥାନାର ଆଇଆଇସି ଯୋଗ ଦେଇଥିଲେ ।

Leave A Reply

Your email address will not be published.

four × four =