pakka

ଚଳଚଞ୍ଚଳ ହୋଇ ଉଠିଛି ଛତ୍ରପୁରର ଜାତୀୟ ପର୍ଯ୍ୟଟନସ୍ଥଳି ସୁଶୋଭିତ ତାମ୍ପରା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୩ କିମି ଦୂରରେ ତାମ୍ପରା ଅବସ୍ଥିତ । ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ଭାବେ ମାନ୍ୟତା ମିଳିଥିବା ପ୍ରକୃତିର ଅବଦାନ ଏହି ସୁରମ୍ୟ ମଧୁରଜଳ ହ୍ରଦ ସୁଶୋଭିତ ତାମ୍ପରା କୂଳ ପୁଣି ଚଳଚଞ୍ଚଳ ହୋଇଉଠିଛି । କୋରନା କଟକଣା ଲାଗି ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ଏହି ପର୍ଯ୍ୟଟନ ସୁରମ୍ୟ ମଧୁରଜଳ ତାମ୍ପରା ହ୍ରଦର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଆସିବାକୁ ମନା ହୋଇଥିଲା । ଏବେ ପୁଣି ଏଠାରେ ଗହଳଚହଳ ଲାଗିଲାଣି । ପ୍ରତିଟି ରବିବାର, ଛୁଟିଦିନ ଓ ପର୍ବପର୍ବାଣି ଦିନମାନଙ୍କରେ ଏଠାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ଭିଡ଼ ଜମେ । ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଗରମାଳା ପରିଯୋଜନାରେ ୩୩ କୋଟି ଟଙ୍କାର ଅନୁଦାନରେ ଏହାରି କୂଳପରିସରରେ ସ୍ୱର୍ଣ୍ଣାଭ ଆଲୋକୀକରଣ ସହ ବିବିଧ ସୌନ୍ଦର୍ଯ୍ୟିକରଣ ବୃଦ୍ଧିପାଇଛି । ଯାହାର ନାମ ତାମ୍ପରା-ଲେକ୍ ଭିଉ ଓ ଅନ୍ୟଟି ତାମ୍ପରା- ବୋଟ କ୍ଲବ । ଯାହାକି କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଅନୁଦାନରେ ନିର୍ମିତ ଓ ପରିଚାଳିତ ହୋଇଥିବା ତାମ୍ପରା- ବୋଟ କ୍ଲବ ଦ୍ୱାରା ଆଶାତୀତ ସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକମାନେ ଆସି ଏଠାରେ ନିଆରା ଭାବେ ମଜା ନିଅନ୍ତି । ଅଧୂନା ତାମ୍ପରା ଫାଷ୍ଟ ଗେଟ ନିକଟରେ ଗେଷ୍ଟହାଉସ, ସୁସ୍ଵାଦୁ ବ୍ୟଞ୍ଜନର କ୍ୟାଣ୍ଟିନ୍ ଷ୍ଟଲ୍ ପର୍ଯ୍ୟଟକଙ୍କୁ ରୁଚିକର ଯୋଗାଇଛି । ସୁଦୂର ଓଡ଼ିଶା ଓ ପଶ୍ଚିମବଙ୍ଗ, ବେଙ୍ଗୁଲୁରୁ ତଥା ଓଡ଼ିଶା ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ସୁରମ୍ୟ ମଧୁରଜଳ ହ୍ରଦ ତାମ୍ପରାର ପ୍ରାକୃତିକ ପରିବେଶ ସହ ଜଡିତ ଅତ୍ୟାଧୁନିକ ସୌନ୍ଦର୍ଯ୍ୟ-କରଣ ପାର୍କ-ସ୍ପଟ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଦୂରକୁ ସାନ୍ଧ୍ୟ-ପରିବେଶ ଅଧିକ ରୋମାଞ୍ଚିତ କରେ । ତେଣୁ ଯୁବପିଢ଼ୀଙ୍କୁ ମଉଜ ମଜଲିସରେ ଏଠାରେ ମନ ଭରିଯାଏ । ଆଗାମୀ ଫେବୃଆରୀ ୧୪ ତାରିଖ ଦିନଟି ଜାତୀୟ ପ୍ରେମ ଦିବସ ଅବା ଭଲେନଟାଇନ୍ ଡେ ଅବସରରେ ଯୁବକ ଯୁବତୀମାନେ ଏହି ଦିନଟିକୁ ବେଶ ମନଭରି ଉତ୍ସାହ ମନେଇଥାନ୍ତି । ତେଣୁ ଏହି ସ୍ଥାନରେ ପ୍ରବଳ ଭିଡ଼ ଜମିଥାଏ । ପ୍ରେମିକ ପ୍ରେମିକାମାନେ ଏଠାରେ ଖୁସି ମନେଇବା ପାଇଁ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି । ଏବେ ଏହି ତାମ୍ପରା ହ୍ରଦକୂଳରେ ଆଞ୍ଚଳିକ ଯାତ୍ରୀ ଓ ପର୍ଯ୍ୟଟକଙ୍କ ମନରେ ଖୁସିର ଉନ୍ମାଦନା ଆଣିଦେଇଛି ।

jay balangir
Leave A Reply

Your email address will not be published.

1 × four =

error: Content is protected !!