pakka

ଖଇରାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ

bbehera
  • ସଂରକ୍ଷିତ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀ ଗୁଡିକକୁ ତୁରନ୍ତ ଲାଗୁ ନେଇ ଉଠିଲା ଦାବୀ
  • ୩ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ ପାଇଁ ନିଷ୍ପତ୍ତି

ବଙ୍ଗୋମୁଣ୍ଡ, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗାଁର ଖେଳ ପଡିଆଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ବଙ୍ଗୋମୁଣ୍ଡା ବ୍ଲକ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ବ୍ଲକ ଶାଖାର ବ୍ଲକ ସଭାପତି ଶରତ ଚନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ଉତ୍କଳ କନ୍ଧ ସମାଜ ସଭାପତି ଚକ୍ରଧର ଜାନୀ, ଉପସଭାପତି ତନୁରାମ ଭୋଇ, ସମ୍ପାଦକ ମହାଦେବ ଭୋଇ, ମନୋରଞ୍ଜନ ଭୋଇ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, ଉପଦେଷ୍ଟା ପୁରନ୍ଦର ଭୋଇ, ବ୍ରଜ କିଶୋର ଭୋଇ, ବସନ୍ତ ଭୋଇ, ଶଙ୍କର ଭୋଇ, ମୋହନ ମାଝୀ, ମଧୁ ଭୋଇ, ପରମାନନ୍ଦ ଭୋଇ, ପବିତ୍ର ଭୋଇ, ବେଣୁଧର ଜାନୀ, ଗଙ୍ଗାରାମ ଭୋଇ, ମୀନକେତନ ଭୋଇ ପ୍ରମୁଖ ଉପସ୍ଥିତ ରହି ଓଡିଶା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ରେ ଆଦିବାସୀମାନଙ୍କ ପାଇଁ ସମ୍ବିଧାନର ଧାରା ୨୪୩ ଡି ଅନୁସାରେ ସଂରକ୍ଷିତ ସରପଞ୍ଚ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀ ଗୁଡିକୁ ତୁରନ୍ତ ଲାଗୁ କରିବା ପାଇଁ ବୈଠକରେ ଦାବୀ ଉଠିଥିଲା । ଆସନ୍ତା ୩ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରିପୁ ଭୋଇ, ବିଶି ଜାନି, ଶଙ୍କର ଭୋଇ, ମୋହନ ମାଝୀ, ପୂର୍ଣ୍ଣଚନ୍ଦ୍ର ଭୋଇ, ବ୍ରଜ ଭୋଇ, ଯୁଧିଷ୍ଠିର ଭୋଇ, ଜୟଦେବ ଭୋଇ, ଯଦୁମଣି ଭୋଇ, ମୁରଲୀଧର ଭୋଇଙ୍କ ସହ ବିଭିନ୍ନ ପଞ୍ଚାୟତରୁ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 + 12 =