pakka

କଣ୍ଟାମାଲରେ ଶିକ୍ଷକ ସଂଘର ବୈଠକ : ଶିକ୍ଷକଙ୍କ ଏକତାକୁ ଗୁରୁତ୍ୱ

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ସଂଘର ଏକ ଜୁରୁରୀ କାଳୀନ ବୈଠକ ଶୁକ୍ରବାର କଣ୍ଟାମାଲ ଏମ୍‌ଇ ସ୍କୁଲଠାରେ ବ୍ଲକ ସଂଘର ସଭାପତି ରତ୍ନନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ବିୟୋଗରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଥିଲେ । କଣ୍ଟାମାଲ ବ୍ଲକର ସମସ୍ତ ଏକ୍ସକ୍ୟାଡ଼ର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଉପସ୍ଥିତରେ ଏନ୍‌ପିଏସ୍‌, ଜିଆଇଏସ୍‌ ଓ ବକେୟା ୬ ମାସର ଦରମା, ନିୟମିତରୁ ବାଦ ପଡିଥିବା ଶିକ୍ଷକଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଓଟିଇଟି ବର୍ଦ୍ଧିତ ସମୟ ସୀମା ପାଇଁ ରାଜ୍ୟ ମହାସଂଘର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ସଂଗଠନ ସମ୍ପର୍କରେ ଆଲୋଚନା ହେବା ସହ ସଂଘ ପୁନର୍ଗଠନ ସମ୍ପର୍କରେ ମତପ୍ରକାଶ ପାଇଥିଲା । ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଓ ଶିକ୍ଷକ/ଶିକ୍ଷୟତ୍ରୀମାନେ ପୂର୍ବ କମିଟିର କର୍ମକର୍ତାଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ହେତୁ ପୁନର୍ବାର ୦୩ ବର୍ଷ ପାଇଁ ଉକ୍ତ କମିଟି କାର୍ଯ୍ୟ ତୁଳାଇବାକୁ ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ସଭାପତି ରଂଜୁ ଅମାତ ଯୋଗଦେଇ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ଶିକ୍ଷକ ଏକତାକୁ ଗୁରୁତ୍ୱ ଦେଇଥିଲେ । ବ୍ଲକ କୋଷାଧ୍ୟକ୍ଷ ନରେଶ ଚନ୍ଦ୍ର କର୍ମୀ ମଂଚସୀନ ଥିବା ବେଳେ ସଂପାଦକ କେଶବ ପ୍ରଧାନ ସଂଘ ଦ୍ୱାରା କେତେ ସଫଳତା ଲାଭ ହୋଇ ପାରୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସଂଘର ଅନ୍ୟ କାର୍ୟ୍ୟକର୍ତାମାନଙ୍କ ମଧ୍ୟରେ ଶକୁନ୍ତଳା ସାହୁ, ଅନୁପମା ମିଶ୍ର, ଶ୍ରବଣ ରଣା, ତରଣୀ ରଞ୍ଜନ ସାହୁ, ଗୋବର୍ଦ୍ଧନଧନ ସାହୁ, ରବିଚନ୍ଦ୍ର ପ୍ରଧାନ, ଦିଲ୍ଲୀପ ଖମାରୀ, ସରୋଜ ରଣା, ଦୁର୍ବସା ସାହୁ, କଳାକୃଷ୍ଣ କର୍ମୀ, କ୍ଷୀରୋଦ ପ୍ରଧାନ, ପ୍ରଫୁଲ୍ଲ ରଣା ପ୍ରମୁଖ ଶତାଧିକ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ଆଗାମୀ ଦିନରେ ସଂଗଠନକୁ ମଜବୁତ କରିବାକୁ ମତପ୍ରଦାନ କରିଥିଲେ । ଶିକ୍ଷକ କମ୍ଭୁପାଣି ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

sixteen − 3 =