
ପୁଇଁତଲା, (କେପିଏନ୍ଏସ୍) : ପୁଇଁତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜୁହ୍ନାପଦର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ଆବାହକ କ୍ରମେ ଓସେପା, ଓଡିଶାଙ୍କ ପତ୍ର ସଂଖ୍ୟା- ୧୧୦୧୬ / ଟିଇଓ ଏସସିଇଆରଟି, ଓଡିଶାଙ୍କ ପତ୍ର ସଂଖ୍ୟା- ୬୦୭୮ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ,ପୁଇନ୍ତଲାଙ୍କ ଆଦେଶ ସଂଖ୍ୟା- ୨୦୦୬ / ମୁତାବକ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଚତୁର୍ଥ ମାସିକ ବୈଠକ ଅକ୍ଟୋବର ୨୦୨୬ ମାସ କାର୍ଯ୍ୟସୂଚୀ ଅନୁସାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜୁହ୍ନାପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିଆରସିସି ପ୍ରମୋଦ କୁମାର ପଟେଲ ଓ ଶିକ୍ଷକ ଅଶ୍ଵିନୀ ସାହୁ ସାଧନ କର୍ମୀ ଭାବେ ମୌଳିକ ସାକ୍ଷରତା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ପ୍ରସ୍ତୁତି ଓ ଉପସ୍ଥାପନା, ଗଣିତ ଶିକ୍ଷଣ କାର୍ଯ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ପ୍ରସ୍ତୁତି ଓ ଉପସ୍ଥାପନା, ଗ୍ୟାଲେରୀ ପରିଭ୍ରମଣ, ନ୍ୟସ୍ତ କାର୍ଯ୍ୟର ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଜିଲ୍ଲା ଓ କ୍ଲଷ୍ଟର ସ୍ତରୀୟ ଶୈକ୍ଷିକ ଆଲୋଚନା, ସଂକ୍ଷେପଣ ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା ଆଦି ପ୍ରସଙ୍ଗରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ଇତିଶ୍ରୀ ଦାଶ, ଗୋଲକ ବିହାରୀ ପଣ୍ଡା, ସିପିକା ସ୍ଵାଇଁ, ପବିତ୍ର କୁମାର ଭାଟି, ଶ୍ରଦ୍ଧାଞ୍ଜଳି ଭୋଇ, ପରୀକ୍ଷିତ କୁମ୍ଭାର, ଗୁରୁଦେବ ଖମାରି, ଶୋଭାବନ ନାଏକ, ଶଶାଙ୍କ ଶେଖର ବହିଦାର, ଦିପ୍ତିମୟୀ ପଣ୍ଡା, ବାବିତା ତନ୍ତି ପ୍ରମୁଖ ଯୋଗ ଦେଇ ବୈଠକରେ ସକ୍ରୀୟ ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ଟ୍ୱିଙ୍କିଲ ମିଶ୍ର, ବସନ୍ତ କୁମାର ରାଉତ ସହଯୋଗ ଓ ପ୍ରଧାନ ଶିକ୍ଷକ ପରୀକ୍ଷିତ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।