
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପୁଇଁତଲା ଗ୍ରୀଡ଼ରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଙ୍ଘର ସେକ୍ସନ ସ୍ତରୀୟ ସାଧାରଣ ବୈଠକ ସଂଘର ଉପ ସଭାପତି ପବିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସମସ୍ତ ସହକର୍ମୀଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା ହେବା ସହ ଆଗାମୀ ଅକ୍ଟୋବର ୧୧ ତାରିଖରେ ହେବାକୁ ଥିବା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୂଆଁଖାଇ ଭେଟଘାଟ ଓ ସାଧାରଣ ବୈଠକ ବିଷୟରେ ଶ୍ରୀ ଖୁଣ୍ଟିଆ ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନା ହରିହର ପଧାନ କରିଥିବା ବେଳେ ଉକ୍ତ ସଭାରେ ଉମାକାନ୍ତ ନାୟକ, ସୁନୀଲ କୁମାର ବାରିକ ଉପସ୍ଥିତ ଥିଲେ । ଶେଷରେ ରମେଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ସର୍ବସମ୍ମତି କ୍ରମେ ସେକ୍ସନ ସମ୍ପାଦକ ଭାବେ ହରିହର ପଧାନ, ସହ ସମ୍ପାଦକ ଭାବେ ରଞ୍ଜନ କୁମାର ଡାଙ୍ଗ, ସହଯୋଗୀ ଭାବେ ସୁଶାନ୍ତ କୁମାର ସାହୁ, କୁନା ଥନାପତି, ଅଜିତ କୁମାର ସାହୁ, ଜଗାକାଳିଆ ସିଂଙ୍କୁ ମନୋନୀତ କରାଗଲା । ଉକ୍ତ ସଭାରେ ଆର୍ଇସି ସେକ୍ସନର ଗୋପିକାନ୍ତ ବେହେରା, ପ୍ରଶାନ୍ତ ସାଏ, ମଣ୍ଟୁ ଚନ୍ଦନ, ପିତାମ୍ବର ଚନ୍ଦନ, ନିରାକାର ପଧାନ, ଜ୍ୟୋତିରଞ୍ଜନ ପଧାନ, ରମାକାନ୍ତ ଖମାରି, ସୁରୁ ସାହୁ, ଦିଲୀପ ପଧାନ, ପ୍ରବୀର ସାହୁ, ସଲିଲ ଥନାପତି, ଜୟକୃଷ୍ଣ ବାରିକ, ପ୍ରବୀଣ ପଧାନ, ସତ୍ୟ ସାଏ, ରାଜେନ୍ଦ୍ର ମଳ, ସୁଶାନ୍ତ ସାହୁ, ସଜଦେବ ପୁଟେଲ, ଅଜିତ ପଣ୍ଡା, ବିଜୟ ସିଂ, ଜଗାକାଳିଆ ସିଂ, ଆଶିଷ ବାଗ, ସଚ୍ଚିଦାନନ୍ଦ ଭୁକ୍ତା, ପାଣ୍ଡଵ ଦାସ, ବିମ୍ବାଧର ସାଏ, ଆଶିଷ ବାଗ, ବିଶ୍ୱଜିତ ପଟେଲ, ବାବୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।