
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗ୍ରାମ ପଞ୍ଚାୟତ ଉଚ୍ଚ ବାହାଲ ଗ୍ରାମ କଲ୍ୟାଣ ମଣ୍ଡପରେ ବିଜେପିର ମଣ୍ଡଳ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଣ୍ଡବ ପୁଟେଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଜିଲ୍ଲା ମିଡ଼ିଆ ସେଲ ସଭାପତି ରାଜୀବ ଲୋଚନ ଭୋଇ, ମଣ୍ଡଳ ସଭାପତି ହିମାଂଶୁ ସାହୁ, ପଞ୍ଚାୟତ ପ୍ରତିନିଧି ଚମ୍ପେଶ୍ୱର ଦୋରା, ମଣ୍ଡଳ ଯୁବ ସଭାପତି ସୁକେଶ ଥପା, ମଣ୍ଡଳ ପ୍ରଭାରୀ ସୁରେଶ ବିଶି, ପଞ୍ଚାୟତ ପ୍ରମୁଖ ପ୍ରଦୀପ ସ୍ୱାଇଁ ମଞ୍ଚ।ସିନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ତୃଣମୂଳ ସ୍ତରରୁ ଦଳକୁ ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ସହିତ ଦଳଗତ ନିର୍ବିଶେଷରେ ସମାନତା ରହି ଆଗାମୀ ନିର୍ବାଚନରେ ବୁଥ୍ ସ୍ତରରୁ ଲୋକଙ୍କୁ ସରକାରଙ୍କ ବିକାଶ ଧାରାକୁ ପ୍ରଚାର ପ୍ରସାର କରି ବିଜୟୀ କରିବା ପାଇଁ ଅତିଥିମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହି ସଭାରେ ମହିଳା ଓ ପୁରୁଷ କର୍ମୀଙ୍କ ସହ ଶତାଧିକ ଲୋକ ସମାବେଶ ହୋଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରକାଶ ପାଇବା ସହିତ ଗତ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଲୋକଙ୍କ ପାଖକୁ ଯାଇ ଦଳ, କର୍ମୀ ସରକାରଙ୍କ ଠାରୁ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ ।