
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା ହଲଦୀପାଲି ଠାରେ ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ସୁଶାନ୍ତ ସିଂ ଙ୍କୁ ରାଜ୍ୟ ସ୍ତରୀୟ ସର୍ବଦଳୀୟ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସର୍ବଦଳୀୟ ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ନେତୃ ମଣ୍ଡଳୀ ଉପସ୍ଥିତ ରହି ଥିବାବେଳେ ୩୫ ହଜାରରୁ ଉର୍ଦ୍ଧ୍ବ ତାଙ୍କ ସମର୍ଥକ ଓ ବିଜେଡି କର୍ମୀ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ରହି ସ୍ୱର୍ଗତ ନେତାଙ୍କ ଅମର ଆତ୍ମାର ସଦଗତି କାମନା କରି ପ୍ରିୟନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସୁଜାତା ରାଉତ, ପ୍ରଣବ ପ୍ରକାଶ ଦାସ, ସ୍ନେହାଙ୍ଗିନୀ ଛୁରିଆ, ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ଦେବେଶ ଆଚାର୍ଯ୍ୟ, ବ୍ରଜ କିଶୋର ପ୍ରଧାନ, ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ସଞ୍ଜୟ ଦାସ ବର୍ମା, ସରୋଜ ମେହେର, ଯୋଗେଶ ସିଂ, ମନ୍ମଥ ରାଉତରାୟ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରୀତି ରଞ୍ଜନ ଘଡେ଼ଇ, ପ୍ରଦୀପ ଅମାତ, ରଜନୀକାନ୍ତ ସିଂ, ରମା ରଞ୍ଜନ ବଳିୟାରସିଂ, ସତ୍ୟଜିତ ମିଶ୍ର, ଲକ୍ଷ୍ମଣ ମେହେର, ଅଳକା ମହାନ୍ତି, ମହିଧର ରଣା, ଅଶ୍ୱିନୀ ଷଡ଼ଙ୍ଗୀ, ନିହାର ରଞ୍ଜନ ମହାନନ୍ଦ, ସନତ ଗଡତିଆ, ଇରାଶିଷ ଆଚାର୍ଯ୍ୟ, ଡ. ଅରୁପାନନ୍ଦ୍ ସାହୁ, ଡ. ପ୍ରଭାସ ସିଂ, ନିରଞ୍ଜନ ବିଶି, ପୁଷ୍ପେନ୍ଦ୍ର ସିଂହଦେଓ, ସୁବ୍ରତ ତରାଇ, ରୀତା ସାହୁ, ବର୍ଷା ସିଂ ବରିହା, ଟୁକୁନି ସାହୁ, ନଳିନୀ ପ୍ରଧାନ, ଶ୍ରୀକାନ୍ତ ସାହୁ, ରାଜଶ୍ରୀ ମଲ୍ଲିକ, ଅଧିରାଜ୍ ପାଣିଗ୍ରାହୀ, ଜୟ ଢୋଲକିଆ, ସାଧୁ ଚରଣ ନେପାକ, କଳିକେଶ ସିଂଦେଓ, ଅଳକା ମହାନ୍ତି, ସୁଶାନ୍ତ ମିଶ୍ର, ଲଳିତ ନାଏକ, ପଦ୍ମଶ୍ରୀ ହଳଧର ନାଗ, ନିହାର ରଞ୍ଜନ ବେହେରା, ମାନିନୀ ଭୋଇ, ନିଲକୁମାରୀ ନାଏକ, ସୁରେଶ ରାଉତ ରାୟ, ଦୁର୍ଗା ସାମନ୍ତ ରାୟ, ଦିଲ୍ଲୀପ ବାରିକ, ନାରାୟଣ ଭେଶ୍ରା, ରାହୁଲ ସାହୁ, କଳ୍ପନା ମାଝୀ, ଭୀଷ୍ମଦେବ ସରାଫ, ଅଶ୍ୱିନୀ ତ୍ରିପାଠୀ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଦେବେନ୍ଦ୍ର ସାହୁ, କମ୍ଭୁ ଭୂଷଣ ସିଂ ଆକାଶ ପଣ୍ଡା, କିଶୋର ଦେବତା, ନୀତିଶ ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ଅଗ୍ରୱାଲ, କୀର୍ତ୍ତି ଚନ୍ଦ୍ର ଦୂଆନ୍, ରାଜେନ୍ଦ୍ର ପ୍ରସାଦ ହୋତା, ସୁରେନ୍ଦ୍ର ନାଏକ ପ୍ରମୁଖ ନେତୃ ମଣ୍ଡଳୀ ଉପସ୍ଥିତ ରହି ଜନନେତା ସ୍ୱର୍ଗତ ସୁଶାନ୍ତ ସିଂଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କର ଗୁଣଗାନ କରିଥିଲେ ।