jsm

ଷାଠିଏ ଘର ଡୁମାଲ ସମାଜର ବୈଠକ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁମପଥର ଶିବ ମନ୍ଦିର ଠାରେ ଷାଠିଏ ଘର ଡୁମାଲ ସମାଜ ଫପସି ଚକର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବରାଜ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାହଜବାହାଲ, କୁମପଥର, ବୁଢ଼ାବାହାଲ, ଶିବତଲା, ଟେପ୍ରେନ, ଲକ୍ଷଣପୁର, ଫପସି, ତାଲପାଲି, ନୂଆପଡ଼ା, କର୍ଲାପିଟା ୧୦ ଖଣ୍ଡ ଗାଁର ଲୋକ ଉପସ୍ଥିତ ରହି ଫପଶି ଚକର ନୂତନ କର୍ମକର୍ତ୍ତା ଚୟନ କରିଥିଲେ । କାର୍ଯ୍ୟକାରୀ କମିଟିର ସଭାପତି ଭାବରେ ବିରଞ୍ଚି ମହାକୁର, ଉପସଭାପତି ମଧୁସୂଦନ ଖମାରୀ, ସମ୍ପାଦକ ଯୁବରାଜ ଖମାରୀ, କୋଷାଧ୍ୟକ୍ଷ ଭାବେ ପଞ୍ଚାନନ ଦନ୍ତାଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା । ସେହିପରି ସିତାରାମ ଛନ୍ଦ, ପର୍ଶୁ ବଘାର, ଆର୍ତ୍ତ କଲତା, ରବି କର୍ମି, କୃଷ୍ଣ କ୍ଷେତି, ଋଷି କଲତା, ଯୁଧିଷ୍ଟିର ଡାଙ୍ଗ, ଦେବେନ୍ଦ୍ର କମ୍ପ, ବିଜୟ ପାତ୍ର, କୈଳାଶ ପଧାନ, ଶିବପ୍ରସାଦ ଛନ୍ଦଙ୍କୁ ନେଇ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା । ଏହି ସଭାରେ ଶତାଧିକ ଜାତି ଭାଇ ଯୋଗ ଦେଇ କମିଟି ଚୟନ କରିଥିଲେ । ତେବେ ଆଗାମୀ ଦିନରେ ସମାଜର ଉନ୍ନତି ମୂଳକ କାମ ପାଇଁ ଅନେକ ନିଷ୍ପତି ନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ନବ ନିଯୁକ୍ତ କମିଟି ସଦସ୍ୟ ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.