csstore

ଧାତୁକିପାଲିରେ ଗଜବନ୍ଧ କ୍ଲଷ୍ଟରସ୍ତରୀୟ ପ୍ରଥମ ମାସିକ ବୈଠକ

ସୁବର୍ଣ୍ଣପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ମୋହନ ଚରଣ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିଲେ । ନଅଟି ବିଦ୍ୟାଳୟରୁ ୧୬ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବ ସିଆରସିସି ହାରାଧନ ବେରିଆ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଚଳିତ ଜୁଲାଇ ମାସର ଶିଶୁବାଟିକା, ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀ ପାଇଁ ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ୍ୟ ଯୋଜନା, ଆଦର୍ଶ ପାଠ ଟୀକା ଓ ଶିକ୍ଷକ ଗତିବିଧି ଯୋଜନା, ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ବହୁ ଶ୍ରେଣୀ ଶିକ୍ଷଣ ପରିଚାଳନା, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷାଦାନ କୌଶଳ, ସ୍ଥାନୀୟ ବିଦ୍ୟାଳୟର ଅଭିନବ କାର୍ଯ୍ୟ, ଶିକ୍ଷଣ ସୋପାନ ପୁସ୍ତିକା, ବିଦ୍ୟାଳୟ ସୁରକ୍ଷା ସପ୍ତାହ, ଉଲ୍ଲାସ କାର୍ଯ୍ୟକ୍ରମ, ଏକାଡେମୀକ କ୍ୟାଲେଣ୍ଡର, ଯାଦୁ ପେଡିର ବ୍ୟବହାର, ନୂତନ ପରିଚାଳନା କମିଟି ଗଠନ, ନିଷ୍ଠା ତାଲିମ ଓ ପିଏମ୍‌ଇ ବିଦ୍ୟା ଚାନେଲ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଜବନ୍ଧର ବରିଷ୍ଠ ଏସ୍‌ଇଏସ୍‌ ପ୍ରଧାନଶିକ୍ଷକ ଯୁଧିଷ୍ଠିର ରଣା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ଶିକ୍ଷକ ନନ୍ଦକିଶୋର ବିଶି, ତୁଳସୀରାମ ଭୋଇ, ଗୋକୁଳାନନ୍ଦ ସାହୁ, ଦିବାକର ବଢ଼େଇ, କୁଶ ପୁଟେଲ, ଶିକ୍ଷୟିତ୍ରୀ ମାନିନୀ ବାଗ, ଲଳିତା ଭୁଏ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ହାରାଧନ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.