pakka

ମ.ରାମପୁର ଡାକବଙ୍ଗଳା ଠାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନ : ମ. ରାମପୁର ଶାଖାର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

bbehera

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନ କଳାହାଣ୍ଡି, ମ. ରାମପୁର ବ୍ଲକ ଶାଖାର ଏକ ସ୍ବତନ୍ତ୍ର ବୈଠକ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଫେଡେରେସନର କଳାହାଣ୍ଡି ଜିଲ୍ଲା ସଭାପତି ଧନଞ୍ଜୟ ଦୀପ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଫେଡେରେସନର ଜିଲ୍ଲା ସଂପାଦକ ଶ୍ରୀବତ୍ସ ତାଣ୍ଡି, ସମ୍ମାନିତ ଅତିଥି ଭାବେ ଫେଡେରେସନର ଉପଦେଷ୍ଟା ସୁବାସ ଚନ୍ଦ୍ର ନାଗ, ବୃନ୍ଦାବନ ନାଗ, ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ସମାଜସେବୀ ବନମାଳୀ ଦୀପ, ମ. ରାମପୁର ସରପଞ୍ଚ ଚିତ୍ତରଞ୍ଜନ ବାଗ, ଫେଡେରେସନର ସାମାଜିକ ବିଭାଗ ଅତିରିକ୍ତ ମୁଖ୍ୟ ଗିରିଜା ବେହେରା, ଯୁବ ବିଭାଗ ମୁଖ୍ୟ ତେଜରାଜ ବେହେରା, କର୍ମଚାରୀ ବିଭାଗ ମୁଖ୍ୟ ପ୍ରକାଶ ସାଗର, ଜିଲ୍ଲା ସଂପାଦକ ଇନ୍ଦ୍ରମଣି ବାଗ, ଯୁବଲେଖକ ସୁଶୀଲ କୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ । ଫେଡେରେସନର ମ. ରାମପୁର ପ୍ରଭାରି ଟୁକୁମଣି ସୁନାଙ୍କ ଆବାହକତ୍ୱ ଓ ଫେଡେରେସନର ମ. ରାମପୁର ବ୍ଲକ ସଭାପତି ଡୋଳେଶ୍ୱର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମ. ରାମପୁର, ଡମ୍ବ କର୍ଲାଖଣ୍ଟା, ମଦନପୁର, ମୋହନଗିରି, ମାଣିକେରା, ଉର୍ଲାଦାନୀ, ବାରବନ୍ଧା, ନୁନପୁର ଆଦି ପଞ୍ଚାୟତରୁ ଫେଡେରେସନର ସଦସ୍ୟମାନେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତିର୍ମୟ ତାଣ୍ଡି, ରାଜୁ ନିଆଲ, ତ୍ରିଲୋଚନ ସତନାମୀ, ସୁନୀଲ ଛତ୍ରିଆ, ଦିବାକର ବାଗ, ହରେକୃଷ୍ଣ ନାଏକ ପ୍ରମୁଖ ସହଯୋଗ କରିଥିବା ବେଳେ ଫେଡେରେସନର ଉପଦେଷ୍ଟା ବୃନ୍ଦାବନ ନାଗ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

15 + 2 =

error: Content is protected !!