csstore

ଫ୍ରେଣ୍ଡସ କ୍ଲବ ତରଫରୁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ତରଫରୁ ଆଗାମୀ ଦିନରେ ହେବାକୁ ଥିବା ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ହୋଟେଲ ଏସ୍‌ଜେ ରେଜେନ୍‌ସିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭିନ୍ନ ଅନୁଷ୍ଠାନ ସହ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ । ଏଥର ମଧ୍ୟ ରାଜ୍ୟର ନାଁ କରା ଫୁଟବଲ ଟିମ ଏହି ପ୍ରତଯୋଗିତାରେ ଭାଗ ନେବେ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଥିଲା । ଏହି ବୈଠକରେ ନରସିଂହ ସ୍ୱାମୀ ନାଇଡ଼ୁ, ବୁଦ୍ଧିରାଜ ବିଶ୍ୱାଳ, ପ୍ରଦୀପ ପାତ୍ର, ସୁନୀଲ ବିଶ୍ୱାଳ, ଶରତ ନନ୍ଦ, ମନୋଜ ମିଶ୍ର, ରଂଜିତ ବେହେରା, ମଧୁ ବନଛୋର, ପବିତ୍ର ଖୁଣ୍ଟିଆ, ଲଷ୍ମୀନାରାୟଣ ସ୍ୱାଇଁ, ସୁଦର୍ଶନ ସେଠ, ବିକାଶ ସାହୁ, ମୁନା ପାଳ, ରାମ ନାଏକ, ବିଦ୍ୟା ସାହୁ, ବିକାଶ ସା, ସଂଜୀବ ସାହୁ, ଗୋବିନ୍ଦ ଶତପଥି, ସୋମନାଥ ମିଶ୍ରଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ନିଜ ମତାମତ ଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଜଗନ୍ନାଥ ମିଶ୍ର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.