csstore

ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ପଞ୍ଚମ କ୍ଲଷ୍ଟର ସ୍ତରୀୟ ବୈଠକ କନକପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଶ୍ୱିନୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନ ଆର୍‌ପି ଭାବେ ଯୋଗ ଦେଇଥିଲେ । ଏଥିରେ ଶିଶୁ ବାଟିକା, ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ପରିଚାଳନା, ନମୁନା ପାଠଟିକା ଓ ଶିକ୍ଷଣ ସୋପାନ ଆଦି ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ମଧୁମିତା ଅଲତିଆ, ରବିଚନ୍ଦ୍ର ବୁଡେକ, ଦିଲୀପ ପ୍ରଧାନ, ଅରବିନ୍ଦ ପଧାନ, ଜ୍ୟୋତ୍ସ୍ନା ଷାଣ୍ଢ, କୈଳାସ ଚନ୍ଦ୍ର ଭୋଇ, ସୁଶାନ୍ତ ସାହୁ, ସସ୍ମିତା ସେଠ, ସନ୍ଧ୍ୟାରାଣୀ ମେହେର, ସୁଜିତ କୁମାର ମିଶ୍ର, କୁବେର ମଲ୍ଲିକ, ଲୁଚନ ଛତ୍ରିଆ, ତୃପ୍ତିମୟୀ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.