jsm

ପାଇକମାଲ ବ୍ଲକ ଯାଦବ ସମାଜରେ ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତ ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ଵରୀ ମନ୍ଦିରରେ ପାଇକମାଲ ବ୍ଲକ ଯାଦବ ସମାଜ ପକ୍ଷରୁ ସମଲେଶ୍ଵରୀ ମନ୍ଦିର ସଭାପତି ମଧୂସୁଦନ ପାଣ୍ଡେଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯାଦବ ସମାଜସେବା ସମର୍ପିତ ଭାବେ ରଖି କାର୍ଯ୍ୟ କରିଥିବା ବରିଷ୍ଠ ଯାଦବ ସମାଜସେବୀଙ୍କୁ ସମ୍ମାନୀତ କରାଯିବ ନେଇ ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ ପାଇକମାଲ ଯାଦବ ସମାଜ କିଭଳି ଭାବେ ସୁଦୃଢ ହୋଇ ଯାଦବ ସଙ୍ଗଠନ ମଜ୍‌ବୁତ୍‌ ହେବ ସେଥିପ୍ରତି ପ୍ରତ୍ୟେକ ପଞ୍ଚାୟତକୁ ଯାଦବ କର୍ମକର୍ତ୍ତା ଗ୍ରସ୍ତ କରି ସଙ୍ଗଠନକୁ ସୁଦୃଢ କରିବା ପାଇଁ ବ୍ଲକ ସମ୍ପାଦକ ବାଳକୃଷ୍ଣ ବନଛୋର ଅଭିଭାଷଣ ରଖିଥିଲେ । ଏହି ବୈଠକରେ ବ୍ଲକ ସଭାପତି ବନମାଳୀ ଚନ୍ଦନ, ସମ୍ପାଦକ ବାଳକୃଷ୍ଣ ବନଛୋର, ମାନସ ନାଗ, ମନୋହର ପୁଞ୍ଜି, ସଚିଦା ନାଗ, ଭାସ୍କର ଭୋଇ, ନଳିନୀ ଥପା, ସୁବଳ ଥପା, ଖଗେଶ୍ୱର ହଂସ, ଭୁବନେଶ୍ୱର ବନଛୋର, ପ୍ରକାଶ ବାଗ, ଟଙ୍କଧର ଗହିର ତଥା ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.