csstore

ଘୋରଡିଆ ନୋଡାଲ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗବ୍ଲକର ସର୍ବ ପୁରାତନ ଘୋରଡିଆ ସରକାରୀ ନୋଡାଲ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆସନ୍ତା ଅଗଷ୍ଟ ୨୦ରେ ଅନୁଷ୍ଠିତ ହେବ । ୧୯୬୮ ମସିହାରେ ସ୍ଥାପିତ ଘେରଡିଆ ସରକାରୀ ନୋଡାଲ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ଆସନ୍ତା ଅଗଷ୍ଟ ୨୦ ତାରିଖ ଶୁକ୍ରବାର ଦିନ ପୂବାହ୍ନ ୧୨ଟାରେ ବିଦ୍ୟାଳୟ ପରିସରରେ କୋଭିଡ କଟକଣା ମଧ୍ୟରେ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି, ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକବୃନ୍ଦ ଏବଂ ବିଦ୍ୟାଳୟ ଏସ୍‌ଏମ୍‌ଏସ୍‌ କମିଟର ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ରହିବା ପାଇଁ ବିଦ୍ୟାଳୟ ପ୍ର୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ସୁଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.