pakka

ବିଡିଓଙ୍କ ଅଧ୍ୟକ୍ଷତାରେ ତିନୋଟିି ପଂଚାୟତର ସମୀକ୍ଷା ବୈଠକ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୋଡିଫୁଟମାଟିଆପଡା ପଂଚାୟତ ଅଫିସ କାର୍ଯ୍ୟାଳୟଠାରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ୩ଟି ପଂଚାୟତର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଡିଫୁଟମାଟିଆପଡା, ରେଙ୍ଗଳ ଓ ହରିରାଜପୁର ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ବୈଠକରେ ଗୋଡିଫୁଟମାଟିଆପଡା ପଂଚାୟତ ସରପଂଚ ଦମୟନ୍ତି ନିଶଙ୍କ, ରେଙ୍ଗଳ ପଂଚାୟତ ସରପଂଚ ଗର୍ଦ୍ଧବ ବେହେରା ଓ ହରିରାଜପୁର ପଂଚାୟତର ସମସ୍ତ ଅଧିକାରୀ, ପିଇଓ, ଜିଆରଏସ, ବିଭାଗୀୟ ଯନ୍ତ୍ରୀ ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଏହି ପଂଚାୟତ ଅଧୀନରେ ଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ବିକାଶ କାର୍ଯ୍ୟ ଗୁଡିକ ସଠିକ ରୁପରେ କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ସମସ୍ତ ଅଧିକାରୀ ଓ ସରପଂଚ ମାନଙ୍କୁ ବିଡିଓ ଶ୍ରୀ ଷଡଙ୍ଗି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

fifteen + fourteen =