pakka

ପଦ୍ମପୁର ଏସଡିପିଓ ଭାବେ ଯୋଗଦେଲେ ବିଭୂତିଭୂଷଣ ଭୋଇ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପୋଲିସ ଅଧିକାରୀ ଭାବରେ ବିଭୂତିଭୂଷଣ ଭୋଇ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଥିବା ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ସଦର ଏସଡିପିଓ ଭାବରେ ବଦଳି ହେବା ପରେ ଶ୍ରୀ ଭୋଇ ବୁର୍ଲାରୁ ପଦ୍ମପୁରକୁ ଏସଡିପିଓ ଭାବରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ଭୋଇ ବରଗଡ଼ ଜିଲ୍ଲାର ପାଇକମାଲ, ସୋହେଲା, ବରଗଡ ଥାନାରେ ସୁନାମ ରଖି କାମ କରିଛନ୍ତି । ପଦ୍ମପୁର ଉପଖଣ୍ତବାସୀ ମଧ୍ୟ ଆଇନ ଶୃଂଖଳାରେ ବହୁତ ଆଶା ଓ ବିଶ୍ୱାସ ରଖିଛନ୍ତି । ନୂତନ ଭାବରେ ଯୋଗଦାନ କରିଥିବା ପୁଲିସ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ପୂର୍ବ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଦ୍ମପୁର ଉପଖଣ୍ତର ସମସ୍ତ ଥାନା ଅଧିକାରୀମାନେ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

two + ten =

error: Content is protected !!